Friday, October 18, 2024
27.3 C
Odisha

    ED ପଞ୍ଝାରେ ତମନ୍ନା ଭାଟିଆ

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ HPZ ଆପ୍ ସ୍କାମରେ ଜଡିତ ଅଛନ୍ତି । ଅଭିନେତ୍ରୀ ଗୁରୁବାର ଦିନ ଗୌହାଟିରେ ଥିବା ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ । ସୂଚନାନୁସାରେ, ଯାଞ୍ଚ ଏଜେନ୍ସୀ ଡାକିବା ପରେ ତମନ୍ନା ଭାଟିଆ ତାଙ୍କ ମା’ଙ୍କ ସହ ଗୌହାଟୀରେ ପହଞ୍ଚିଥିଲେ । ଏହାପୂର୍ବରୁ ମଧ୍ୟ ତମନ୍ନା ଭାଟିଆଙ୍କୁ ମହାଦେବ ବେଟିଂ ଆପ୍ ମାମଲାରେ ପଚରାଯାଇଥିଲା । କୁହାଯାଉଛି ଯେ ଇଡି ଅଧିକାରୀମାନେ ଅଭିନେତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ତାଙ୍କ ମା’ ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଥିଲେ ।

    କହି ରଖୁଛୁ, ଏହି ମାମଲାରେ ତମନ୍ନା ଭାଟିଆଙ୍କୁ ଅଭିଯୁକ୍ତ ଭାବରେ ପଚରାଉଚରା କରାଯାଉନାହିଁ କିନ୍ତୁ ଏହି ଆପକୁ ପ୍ରୋତ୍ସାହିତ କରିବା ପାଇଁ ପଚରାଉଚରା କରାଯାଉଛି । ଏହି ଆପ୍ ମାଧ୍ୟମରେ ଲୋକଙ୍କୁ ୫୭,୦୦୦ ଟଙ୍କା ଇନଭେଷ୍ଟ କଲେ ପ୍ରତିଦିନ ୪, ୦୦୦ ଟଙ୍କା ମିଳିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଯାହା ମାଧ୍ୟମରେ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିଲେ ଅଭିଯୁକ୍ତ । ଠକିବା ପାଇଁ ବିଭିନ୍ନ କମ୍ପାନୀରେ ନକଲି ଆକାଉଣ୍ଟ ସେଲ କମ୍ପାନୀ ନାମରେ ଖୋଲାଯାଇଥିଲା ଯେଉଁଥିରେ ଇନଭେଷ୍ଟର୍ସଙ୍କଠାରୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

    ଅଭିଯୁକ୍ତମାନେ ଏହି ଟଙ୍କା କ୍ରିପ୍ଟୋ ଏବଂ ବିଟକଏନରେ ବିନିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ, ଇଡି ଏପର୍ଯ୍ୟନ୍ତ ୪୯୭.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ମାମଲା ମହାଦେବ ଆପ୍ ସ୍କାମ ସହିତ ମଧ୍ୟ ଜଡିତ । ଲୋକମାନେ ଏଥିରୁ ଟଙ୍କା ରୋଜଗାର କରୁଥିଲେ ଏବଂ ଏହାକୁ ମହାଦେବ ବେଟିଂ ଆପରେ ଇନଭେଷ୍ଟ କରୁଥିଲେ । ଏପ୍ରିଲରେ ତମନ୍ନା ଭାଟିଆ ଅନ୍ୟ ଏକ ମାମଲାରେ ଜଡିତ ଥିଲେ । ଏହା ମଧ୍ୟ ବେଟିଂ ଆପ୍ ସହିତ ଜଡିତ ଥିଲା । ଠିକ୍ ଏହି ପରି, ଅଭିନେତ୍ରୀ ଏହି ଆପକୁ ପ୍ରମୋଟ୍ କରୁଥିଲେ । ଏହି ମାମଲା ମଧ୍ୟ ମହାଦେବ ବେଟିଂ ଆପ୍ ସହିତ ଜଡିତ ।

    ମହାଦେବ ବେଟିଂ ଆପର ଏକ ସହାୟକ କମ୍ପାନୀ ଫେୟାରପ୍ଲେ ଆପରେ ଆଇପିଏଲ୍ ମ୍ୟାଚ୍ ପ୍ରୋତ୍ସାହନ ଅଭିଯୋଗରେ ମହାରାଷ୍ଟ୍ର ସାଇବର ସେଲ୍ ଦ୍ୱାରା ଏହି ଅଭିନେତ୍ରୀଙ୍କୁ ଡକାଯାଇଥିଲା । ମହାଦେବ ବ୍ୟାଟିଂ ଆପ୍ ଦୁର୍ନୀତି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧିକାରୀମାନେ ପ୍ରାୟ ୧୫,୦୦୦ କୋଟି ଟଙ୍କା ମୂଲ୍ୟର ଏକ ସ୍କାମର ଯାଞ୍ଚ କରିଛନ୍ତି । ଏହି ଆପ କ୍ରିକେଟ୍ ଟୁର୍ନାମେଣ୍ଟର ଅଫିସିଆଲ୍ ପ୍ରସାରଣକାରୀ ଭାୟାକମ୍ 18ର ଅନୁମତି ବିନା ବେଆଇନ ଭାବେ ଆଇପିଏଲ୍ ମ୍ୟାଚ୍ ଷ୍ଟ୍ରିମ୍ କରି ବହୁ ଆର୍ଥିକ କ୍ଷତି ଘଟାଇଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    86 %
    1.4kmh
    93 %
    Fri
    25 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ