Saturday, September 12, 2026
25.9 C
Odisha

    Tata ର ଦାୟିତ୍ୱ ନେଇ ନୋଏଲ ଟାଟା

    ଆଗକୁ ପଢନ୍ତୁ

    ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଖବର ପରେ ଟାଟା ଗ୍ରୁପର ଅନେକ ଶେୟାର ଶୁକ୍ରବାର ବୃଦ୍ଧି ପାଇଛି। ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ନୋଏଲ ଟାଟା ଗୋଷ୍ଠୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାନକାରୀ ସଂସ୍ଥାର ନେତୃତ୍ୱ ନେଇଛନ୍ତି।

    ୧୯୯୮ରେ ଗୋଟିଏ ଷ୍ଟୋରରୁ ୭୦୦ରୁ ଅଧିକ ଷ୍ଟୋର୍ସକୁ ଟ୍ରେଣ୍ଟ ବିସ୍ତାର କରିବାରେ ନୋଏଲ ଟାଟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ୱେଷ୍ଟ ସାଇଡ, ଷ୍ଟାର୍‌ ବଜାର ଏବଂ ଜୁଡିଓ ଭଳି ବ୍ରାଣ୍ଡ ସହିତ ବିଭିନ୍ନ ଖୁଚୁରା ଉଦ୍ୟୋଗର ନେତୃତ୍ୱ ନେଇଥିଲେ। ଆଜି ଟ୍ରେଣ୍ଟ ସେୟାର ୨.୯୪ ପ୍ରତିଶତ ବୃଦ୍ଧି ହୋଇ ୮୨୬୯.୩୦ ଟଙ୍କା ହୋଇଛି। ନୋଏଲ ୨୦୧୯ରେ ସାର୍‌ ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଯୋଗ ଦେଇଥିଲେ ଏବଂ ୨୦୧୮ରେ ଟାଇଟନ କମ୍ପାନୀର ଭାଇସ ଚେୟାରମ୍ୟାନ ହୋଇଥିଲେ, ଏହା ପରେ ସେ ମାର୍ଚ୍ଚ ୨୦୨୨ରେ ଟାଟା ଷ୍ଟିଲର ଉପାଧ୍ୟକ୍ଷ ହୋଇଥିଲେ। ଟାଇଟାନ କମ୍ପାନୀର ଶେୟାର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୩,୪୯୧ ଟଙ୍କା ହୋଇଛି। ଖବର ଲେଖିବା ପର୍ଯ୍ୟନ୍ତ, ଭୋଲ୍ଟାସ ଶେୟାର ୦.୬୦ ପ୍ରତିଶତ ବୃଦ୍ଧି ପାଇ ୧,୧୮୭.୧୦ ଟଙ୍କା ହୋଇଛି । ଟାଟା ଷ୍ଟିଲର ଶେୟାର ୦.୬୬ ପ୍ରତିଶତ ବୃଦ୍ଧି ହୋଇ ୧୬୧ ଟଙ୍କାକୁ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ