Saturday, October 3, 2026
28.9 C
Odisha

    ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ରାସ୍ତା ସଫା!: ଜାଣିଶୁଣି ପାକିସ୍ତାନକୁ ଅଧିକ ବଜେଟ୍ ଦେଲା ଆଇସିସି…

    ଆଗକୁ ପଢନ୍ତୁ

    କୋଲକାତା: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମ୍ପର୍କରେ ବଡ଼ ସୂଚନା ଆସିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ବଜେଟ ଅନୁମୋଦନ କରିଛି। ଏହି କାର୍ଯ୍ୟକ୍ରମ ପାଇଁ ପାକିସ୍ତାନକୁ ଆଇସିସି ୬୫ ମିଲିୟନ ଡଲାରର ଏକ ବଡ଼ ଭଣ୍ଡାର ଖୋଲିଛି। ତେବେ ଆଇସିସି ଜାଣିଶୁଣି ପାକିସ୍ତାନକୁ ଅଧିକ ବଜେଟ୍ ଦେଇଛି ବୋଲି କୁହାଯାଉଛି। ଯାହାଦ୍ବାରା ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇପାରିବ।

    ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ନାହିଁ ଏଥିରେ ସନ୍ଦେହ ରହିଛି। ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ହାଇବ୍ରିଡ ମଡେଲ ଅଧୀନରେ ଭାରତ ଏହି ଟୁର୍ନାମେଣ୍ଟ ଖେଳିବ ବୋଲି କୁହାଯାଉଛି, ଯେଉଁଥିରେ ଭାରତର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଅନୁଷ୍ଠିତ ହେବ।

    ଗତ ବର୍ଷ ଏସିଆ କପ୍ ସମୟରେ ମଧ୍ୟ ଭାରତ ପାକିସ୍ତାନ ଗସ୍ତ କରି ନ ଥିଲା। ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ଯଦି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ମ୍ୟାଚ୍ ଖେଳେ, ତେବେ ଟୁର୍ନାମେଣ୍ଟ ଆୟୋଜନ ଖର୍ଚ୍ଚ ବଢ଼ିବ।

    ବାସ୍ତବରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ୬୫ ମିଲିୟନ୍ ଡଲାରର ବଜେଟ୍ ଅନୁମୋଦନ କରିଛି। ଏହି ବଜେଟରେ ପାକିସ୍ତାନ ବାହାରେ କିଛି ମ୍ୟାଚ୍ ଆୟୋଜନ ସହିତ ଜଡିତ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଭାରତୀୟ କ୍ରିକେଟ୍ ଦଳର ଅବସ୍ଥାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ବୋଲି ବିଶ୍ୱାସ କରାଯାଉଛି। ଯଦି ଭାରତୀୟ ଦଳ ପାକିସ୍ତାନ ଖେଳିବାକୁ ଯିବ ନାହିଁ, ତେବେ ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ବାହାରେ ଏହାର ମ୍ୟାଚ୍ ଆୟୋଜିତ ହେବ। ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ସେଥିପାଇଁ ବଜେଟ୍ ରାଶି ମଧ୍ୟ ବୃଦ୍ଧି କରାଯାଇଛି।

    ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଇସିସିକୁ ପଠାଯାଇଥିବା ଫର୍ମାଟ ଅନୁଯାୟୀ ଏହି ପ୍ରତିଯୋଗିତା ୨୦୨୫ ଫେବୃଆରୀ ୧୯ ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ। ଭାରତର ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ହେବ। ପ୍ରତିଯୋଗିତାର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ପାଇଁ ଧାର୍ଯ୍ୟ କରାଯାଇଛି।

    ମାର୍ଚ୍ଚ ୧୦ ଫାଇନାଲ୍ ପାଇଁ ସଂରକ୍ଷିତ ରହିଛି। ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିକୁ ପ୍ରସ୍ତାବ ଦେଇଛି। ଆଇସିସି ବର୍ତ୍ତମାନ ଏହା ଉପରେ ନିଷ୍ପତ୍ତି ନେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ