Monday, September 28, 2026
30.3 C
Odisha

    ବସ୍‌ ଷ୍ଟପ୍‌ରେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ୧୦ଥର କାଟି ହତ୍ୟା କଲା ୧୮ ବର୍ଷିୟ କଲେଜ ଛାତ୍ର

    ଆଗକୁ ପଢନ୍ତୁ

    ଚେନ୍ନାଇ: ଶନିବାର ଦିନ ତାମିଲନାଡୁର କୋଇମ୍ବାଟୁର୍‌ର ଗୋଟାଏ ବସ୍‌ ଷ୍ଟପ୍‌ରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ଜଣେ ୧୮ ବର୍ଷିୟ କଲେଜ ଛାତ୍ର ୧୦ ଥର କାଟି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନିହତ ଛାତ୍ରଙ୍କର ନାଁ ପ୍ରଣବ। ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ରିପୋର୍ଟରୁ ଜଣାପଡ଼ିଛି ଯେ, ତୀକ୍ଷ୍ଣ ଅସ୍ତ୍ର ଧରି ଆସିଥିବା ଉକ୍ତ ଆତତାୟୀ ପ୍ରଣବକୁ ଅନ୍ୟୂନ ୧୦ ଚୋଟ ପକାଇଛି। ଓଣ୍ଡିପୁର ବସ୍‌ ଷ୍ଟପ୍‌ରେ ହୋଇଥିବା ଏହି ବୀଭତ୍ସ ହତ୍ୟାକାଣ୍ଡର ଦୃଶ୍ୟ ‘ସିସିଟିଭି’ କ୍ୟାମେରାରେ ବି ଉତ୍ତୋଳିତ ହୋଇଛି।

    ସିଙ୍ଗାନାଲ୍ଲୁର ପୁଲିସ ପ୍ରଣବଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ‘ଇଏସ୍‌ଆଇ’ ହସ୍ପିଟାଲ୍‌କୁ ପଠାଇଛି। ଆକ୍ରମଣରେ ତାଙ୍କ ବେକରେ ବସିଥିବା ଚୋଟ ହିଁ ମୃତ୍ୟୁର କାରଣ ବୋଲି ପୁଲିସ କହିଛି। ଆକ୍ରମଣ କରିବାର ଅଳ୍ପ ସମୟ ପରେ ସନ୍ଦିଗ୍ଧ ସୁଲୁର ଥାନାରେ ଆତ୍ମସମର୍ପଣ କରିଛି। ତା’ପରେ ଅଧିକ ଜେରା ନିମନ୍ତେ ତାକୁ ସିଙ୍ଗ୍‌ନାଲୁର ଥାନାକୁ ହସ୍ତାନ୍ତର କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣ ଓ ମୃତ ଛାତ୍ରଙ୍କ ମଧ୍ୟରେ ବହୁ ଆଗରୁ ବିବାଦ ଥିଲା। ‘ଟିଜିଙ୍ଗ୍‌’ ଘଟଣାକୁ ନେଇ ଆଗରୁ ଏହି ଆକ୍ରମଣକାରୀ ଛାତ୍ର ପ୍ରଣବଙ୍କ ସହିତ ମାଡ଼ଗୋଳ କରିବା ସହିତ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ