Monday, September 28, 2026
30.3 C
Odisha

    ଆୟୋଜକମାନେ ବୁଢ଼ା ହୋଇଯାଉଥିବାରୁ ଚଳାଇ ହେଉନି ଜାପାନର ‘ନଗ୍ନ ମାନବ ଉତ୍ସବ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାପାନର ହଜାର ବର୍ଷର ପୁରାତନ ପ୍ରଥା ‘ନଗ୍ନ ମାନବ ଉତ୍ସବ’ର ଆୟୋଜକମାନେ ବୁଢ଼ା ହୋଇଯାଉଥିବାରୁ ଏହାକୁ ଚଳାଇବା କଷ୍ଟକର ହୋଇପଡୁଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସମ୍ପ୍ରତି ଏହି ଉତ୍ସବର ପରିସମାପ୍ତି ବେଳେ କାଠ ତାବିଜ ଭର୍ତ୍ତି ହୋଇଥିବା ବସ୍ତାରୁ ତାବିଜଟିଏ ନେବା ପାଇଁ ‌ହଜାର ହଜାର ଉଲଗ୍ନ ମଣିଷ ଯେଭଳି ଧରାପରା ହେଲେ ସମସ୍ତଙ୍କ ଦେହରୁ ଶ୍ରମଝାଳ ବୋହି ପଡ଼ିଲା। ଏହାଛଡ଼ା ସେମାନଙ୍କ ଆବେଗ ଭରା କଣ୍ଠରୁ ଶୁଭୁଥିବା ‘ଜାସୋ ଜୋୟାସା’ (ଅମଙ୍ଗଳ, ବିଦାୟ ନେଉ) ଧ୍ବନିରେ ଗଗନପବନ ପ୍ରକମ୍ପିତ ହେଉଥିଲା। କେବଳ ସେତିକି ନୁହେଁ, ଉତ୍ତର ଜାପାନର ଇୱାତେ ଅଞ୍ଚଳରେ ଥିବା ସିଡାର୍‌ ବୃକ୍ଷଭରା ଜଙ୍ଗଲରେ ମଧ୍ୟ ଏହାର ପ୍ରତିଧ୍ବନି ଶୁଭୁଥିଲା। ପରିସ୍ଥିତି ଏଭଳି ହେଲା ଯେ, ସେଠାରେ ଥିବା କୋକୁସେକି ମନ୍ଦିର ହଠାତ୍‌ ଏହି ଜନପ୍ରିୟ ବାର୍ଷିକ ଉତ୍ସବର ପରିସମାପ୍ତି ଘୋଷଣା କଲା। ପ୍ରତିବର୍ଷ ଏହି ଉତ୍ସବରେ ଅସଂଖ୍ୟ ଅଂଶଗ୍ରହଣକାରୀ ଓ ପର୍ଯ୍ୟଟକ ଯୋଗ ଦେବାକୁ ଆସୁଛନ୍ତି। ଏହାଛଡ଼ା, ଆୟୋଜକମାନଙ୍କର ବୟସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି, ଅନ୍ୟ ଦେଶ ଅପେକ୍ଷା ଜାପାନୀ ସମାଜରେ ଲୋକେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି। ଏଥିଯୋଗୁଁ ବିଶେଷ କରି, ଛୋଟ ଛୋଟ ଅଞ୍ଚଳରେ ଅଥବା ମଫସଲ ଅଞ୍ଚଳରେ ଅସଂଖ୍ୟ ସ୍କୁଲ୍‌, ଦୋକାନ ଓ ସେବା ଯୋଗାଉଥିବା ପ୍ରତିଷ୍ଠାନ ବନ୍ଦ ‌ହୋଇଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ