Friday, October 2, 2026
30.6 C
Odisha

    ଦକ୍ଷିଣର କୈଳାସ ଶ୍ରୀମଲ୍ଲିକାର୍ଜୁନ ମନ୍ଦିର

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ କୃଷ୍ଣା ନଦୀ କୂଳରେ ଶ୍ରୀଶୈଳ ପର୍ବତ ଉପରେ ଶ୍ରୀମଲ୍ଳିର୍କାନ ମନ୍ଦିର ଅବସ୍ଥିତ। ଏହାକୁ ଦକ୍ଷିଣର କୈଳାସ କୁହାଯାଇଥାଏ। ଧର୍ମଗ୍ରନ୍ଥରେ ଏହି ସ୍ଥାନର ମହିମା ବିଷୟରେ ଉଲ୍ଳେଖ କରାଯାଇଛି। ମହାଭାରତ ଅନୁଯାୟୀ ଶ୍ରୀଶୈଳ ପର୍ବତ ଉପରେ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ଅଶ୍ୱମେଧ ଯଜ୍ଞ କରିବାର ଫଳ ପ୍ରାପ୍ତ ହୋଇଥାଏ। ଶ୍ରୀ ଶୈଳଙ୍କୁ ଶିଖର ଉପରେ ଦର୍ଶନ କରିବା ଦ୍ୱାରା ଭକ୍ତର ସମସ୍ତ କଷ୍ଠ ଦୂର ହେବା ସହ ସୁଖ ପ୍ରାପ୍ତି ହୋଇଥାଏ ବୋଲି ଅନେକ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଠାରେ ସ୍ଥୁଳକାୟ ଭଗବାନ ଗଣେଶ ଏବଂ ତାଙ୍କ ବାହନ ମୂଷା ଖୁବ୍‌ କମ ସମୟରେ ପରିକ୍ରମା କିପରି ପରିକ୍ରମା କରିଥାନ୍ତେ। ଏହା ଭଗବାନ ଗଣେଶଙ୍କ ସାମ୍ନାରେ ଭାରି ସମସ୍ୟା ଉପସ୍ଥିତ କରିଥିଲା। ଏହି ସମୟରେ ଭଗାବନ ଗଣେଶ କିଛି ଭାବିବା ପରେ ବିଚାର କରିଥିଲେ ଏବଂ ମାତା ପାର୍ବତୀ ଓ ପିତା ମହାଦେବଙ୍କୁ ଏକ ଆସନ ଉପରେ ବିରାଜମାନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଭଗବାନ ଗଣେଶ ବୁଦ୍ଧି ଖଟାଇ ଚତୁରତାର ସହ ମାତା-ପିତାଙ୍କ ଚାରିପଟେ ସାତ ଥର ପରିକ୍ରମା କରି ବିଧିପୂର୍ବକ ପୂଜା କରିଥିଲେ। ମାତା-ପିତାଙ୍କ ଚାରିପଟେ ପରିକ୍ରମା କରିବା ପରେ ପୃଥ୍ଵୀର ପରିକ୍ରମାରୁ ପ୍ରାପ୍ତ ହୋଇଥିବା ଫଳ ପ୍ରାପ୍ତି ହେବାର ଅଧିକାରୀ ହୋଇଥିଲେ। ଭଗବାନ ଗଣେଶଙ୍କର ଚତୁର ବୁଦ୍ଧି ଦେଖି ଭଗବାନ ଶିବ ଏବଂ ପାର୍ବତୀ ପ୍ରସନ୍ନ ହୋଇ ଭଗବାନ ଗଣେଶଙ୍କୁ ବିବାହ କରାଇଥିଲେ। ଯେଉଁ ସମୟରେ ସ୍ୱାମୀ କାର୍ତ୍ତିକେୟ ସମ୍ପୂର୍ଣ୍ଣ ପୃଥ୍ଵୀ ପରିକ୍ରମା କରି ଫେରିଥିଲେ ସେହି ସମୟରେ ଭଗବାନ ଗଣେଶଙ୍କ ବିବାହ ବିଶ୍ୱରୂପ ପ୍ରଜାପତିଙ୍କ କନ୍ୟା ରିଦ୍ଧି-ସିଦ୍ଧିଙ୍କ ସହ ହୋଇଥିଲା। ଏହିସବୁ କାର୍ଯ୍ୟ ଦେଖିବା ପରେ କୁମାର କାର୍ତ୍ତିକେୟ ଅଭିମାନ କରି ସିଷ୍ଟାଚାର ପାଳନ କରି ମାତା-ପିତାଙ୍କ ଚରଣ ସ୍ପର୍ଶ କରି ସେଠାରୁ ଚାଲିଯାଇଥିଲେ। କୁମାର କାର୍ତ୍ତିକେୟ ଅଭିମାନ କରି କ୍ରୋଂଚ ପର୍ବତରେ ବାସ କରିଥିବା ବେଳେ ନିଜର ମାତା-ପିତା ଙ୍କ ଆଗମନର ସୂଚନା ମିଳିବା ପରେ ସେଠାରୁ ୩୬ କିଲୋମିଟର ଅଗକୁ ଚାଲିଯାଇଥିଲେ। କାର୍ତ୍ତକେୟ ଚାଲିଯିବା ପରେ ଭଗବାନ ଶିବ ସେହି କ୍ରୋଚ ପର୍ବତରେ ଜ୍ୟୋର୍ତିଲିଙ୍ଗ ରୂପେ ପ୍ରକଟ ହୋଇଥିଲେ। ସେହି ଦିନରୁ ସେଠାରେ ‘ମଲ୍ଳିକାର୍ଜୁନ’ ଜ୍ୟୋର୍ତିଲିଙ୍ଗ ନାମରେ ପ୍ରସିଦ୍ଧ ହୋଇଥିଲା। ‘ମଲ୍ଲିକା’ ମାତା ପାର୍ବତୀଙ୍କ ନାଁ ଏବଂ ‘ଅର୍ଜୁନ’ ଭଗବାନ ଶଙ୍କରଙ୍କୁ କୁହାଯାଥାଏ। ଏହିପ୍ରକାର ସମ୍ମିଳୀତ ରୂପେ ଜ୍ୟୋର୍ତିଲିଙ୍ଗର ନାମ ‘ମଲ୍ଳିକାର୍ଜୁନ’ ରଖାଯାଇଛି। ମଲ୍ଳିକାର୍ଜୁନ ମନ୍ଦିରରେ ଦର୍ଶନ କରିବା ପାଇଁ ଅନେକ ସମୟ ଲାଗିଥାଏକାରଣ ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଦର୍ଶ କରିବାକୁ ଆସିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଭଳି ଆପଣ ଅତି ସହଜରେ ମନ୍ଦିରରେ ଦର୍ଶନ କରିପାରିବେ। ଆପଣ ଶ୍ରୀମଲ୍ଲିକାର୍ଜୁନ ମନ୍ଦିରର ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ଜରିଆେ ସ୍ପେଶାଲ ଦର୍ଶନ ବା ସେବା ପାଇଁ ପୂର୍ବରୁ ହିଁ ବୁକିଂ କରିପାରିବେ। ଯାହାଫଳରେ ଆପରଙ୍କ ଯାତ୍ରା ସହଜ ହୋଇପାରିବ। ଏହା ବ୍ୟତୀତ ଆପଣ ମନ୍ଦିରରେ ରହିବା ପାଇଁ ମଧ୍ୟ ଗେଷ୍ଟ୍‍ ହାଉସ୍‌ ବୁକିଂ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ