Sunday, September 13, 2026
28.7 C
Odisha

    ନୂଆ ନିୟମ ନେଇ ଆତଙ୍କ: ୟୁକ୍ରେନ ଲୋକେ ନିଜ ହାତଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଦେଉଛନ୍ତି ଲମ୍ବା ଲାଇନ

    ଆଗକୁ ପଢନ୍ତୁ

    କିଭ୍: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏକ ଅଦ୍ଭୁତ ଧାରା ଦେଖାଯାଉଛି। ଏଠାରେ ଅନେକ ଲୋକେ ନିଜ ହାତ ଓ ଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ଦେଉଛନ୍ତି। ଏହା ସହିତ ଟେଲିଗ୍ରାମରେ ଅନେକ ବିଜ୍ଞାପନ ମଧ୍ୟ ଦୃଶ୍ୟମାନ ହେଉଛି ଯେଉଁଥିରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହି ଗୋଡ଼ହାତ ଭଙ୍ଗା କାର୍ଯ୍ୟ କରାଯିବ ବୋଲି କୁହାଯାଉଛି। ବାସ୍ତବରେ, ୟୁକ୍ରେନରେ ସେନାରେ ନିଯୁକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ନିୟମ ପ୍ରଣୟନ କରାଯାଇଛି।ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସେନାରେ ଯୋଗ ଦେବା ପାଇଁ ବୟସ ସୀମା ୨୭ ବର୍ଷରୁ ୨୫ ବର୍ଷକୁ ହ୍ରାସ କରାଯାଇଛି। ଏଥି ସହିତ ଯେଉଁମାନେ ସେନାରେ ସେବା ନ କରିବାକୁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି ସେମାନଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ କରାଯାଇଛି।
    ଟେଲିଗ୍ରାମରେ ଚାଲୁଥିବା ବିଜ୍ଞାପନଗୁଡିକରେ ଦାବି କରାଯାଉଛି ଯେ ସେନାକୁ ନ ଯିବା ପାଇଁ ଉଚ୍ଚମାନର ଆନାସ୍ଥେସିଆ ବ୍ୟବହାର କରି ଲୋକଙ୍କ ହାତଗୋଡ଼ ଭଙ୍ଗାଯିବାର ବ୍ୟବସ୍ଥା ରହିଛି। ଏହା ଦ୍ବାରା କୌଣସି ଯନ୍ତ୍ରଣା ହେବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଭଲ ମେଡିକାଲ୍ ପ୍ରଫେସନାଲମାନଙ୍କ ଦ୍ବାରା ଏଭଳି ହାତଗୋଡ଼ ଭଙ୍ଗା କାର୍ଯ୍ୟ କରାଯିବ। ଆରଟିଓ ରିପୋର୍ଟ ଅନୁଯାୟୀ, ଏହା ମଧ୍ୟ କୁହା ଯାଉଛି ଯେ ହାତ ଗୋଡ଼ ଭଙ୍ଗାଯିବା ପରେ ସମ୍ପୂର୍ଣ୍ଣଯତ୍ନ ନିଆଯିବ ଏବଂ ଯଦି ଗୋଟିଏ ହାତଗୋଡ଼ ଭଙ୍ଗା ଯଥେଷ୍ଟ ନୁହେଁ, ତେବେ ରିହାତି ହାରରେ ଦ୍ୱିତୀୟ ଥର ପାଇଁ ହାତଗୋଡ଼ ଭଙ୍ଗାଯିବାର ବ୍ୟବସ୍ଥା କରାଯିବ। ଏହିପରି ବିଜ୍ଞାପନଗୁଡ଼ିକ ସହରର ଅନେକ ଟେଲିଗ୍ରାମ ଚ୍ୟାନେଲରେ ଦେଖିବାକୁ ମିଳୁଥିବା କୁହାଯାଉଛି। ତେବେ ଏନେଇ ଅଭିଯୋଗ ପରେ ଏଗୁଡ଼ିକୁ ହଟାଇ ଦିଆ ଯାଇଥିବା କୁହାଯାଉଛି।

    ଏପ୍ରିଲ୍ ମାସରେ, ୟୁକ୍ରେନ ସେନାରେ ନିଯୁକ୍ତି ସମ୍ବନ୍ଧରେ ନୂତନ ନିୟମ ଜାରି ହୋଇଥିଲା। ଏହା ଅନ୍ତର୍ଗତ ସେନାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ବୋନସ, ନଗଦ,
    ଘର ଏବଂ କାର୍ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଅନେକ ମାସର ବିତର୍କପରେ ସଂସଦରେ ଏହି ବିଲ୍ ପାରିତ ହୋଇଥିଲା। ଏହା ଅନ୍ତର୍ଗତ ୟୁକ୍ରେନ
    ସେନାରେ ସେବା କରିବା ବୟସକୁ ୨୭ ରୁ ୨୫ ବର୍ଷକୁ ହ୍ରାସ କରାଯାଇଥିଲା। ଏହା ବ୍ୟତୀତ ବନ୍ଦୀମାନଙ୍କୁ ମଧ୍ୟ ସେନାରେ ଯୋଗଦେବାକୁ ପ୍ରସ୍ତାବ ଦିଆ ଯାଇଥିଲା।
    ଏଥି ସହିତ ଯେଉଁମାନେ ସେନାରେ ସେବା ନ କରିବାକୁ ଠକେଇ କରିବେ ସେମାନଙ୍କ ଉପରେ ଦଣ୍ଡ ପାଞ୍ଚ ଗୁଣ ବୃଦ୍ଧି କରାଯାଇଛି।

    ଏହି ଆଇନରେ ଆହୁରି ମଧ୍ୟ କୁହାଯାଇଛି ଯେ କୌଣସି ସାମରିକ ସେବା ବୟସ ଥିବା ବ୍ୟକ୍ତିଙ୍କୁ ୟୁକ୍ରେନ ଛାଡିବାକୁ ଅନୁମତି ଦିଆଯିବ ନାହିଁ। ଏହାପୂର୍ବ ପୂ ୧୮ ରୁ ୬୦
    ବର୍ଷ ବୟସର ଲୋକ ଯେଉଁମାନେ ଅନ୍ୟ ଦେଶର ସ୍ଥାୟୀ ସଦସ୍ୟ ଥିଲେ ସେମାନେ ବିଦେଶ ଯିବାର ଅଧିକାର ପାଇଥିଲେ। ବର୍ତ୍ତମାନ ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି। ବର୍ତ୍ତମାନ ସରକାରଙ୍କ ଅନୁମତି ବ୍ୟତୀତ କିମ୍ବା ସ୍ୱାସ୍ଥ୍ୟଗତ କାରଣରୁ ସେମାନଙ୍କୁ ଦେଶ ଛାଡିବକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ରୁଷିଆ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଅନେକ ଲୋକ ସ୍ୱେଚ୍ଛାକୃତ ଭାବେ ସେନାରେ ଯୋଗ ଦେଉଥିଲେ। ତଥାପି, ଏହି ସଂଖ୍ୟା କିଛିଦିନମଧ୍ୟରେ କମିବା ଆରମ୍ଭ କରିଥିଲା। ଦୁଇ ବର୍ଷର ଯୁଦ୍ଧ ସମାପ୍ତ ହେବା ପରେ ରୁଷିଆ ପୂର୍ବ ଫ୍ରଣ୍ଟରେ ସୈନ୍ୟ ସଂଖ୍ୟାକୁ ୧୦ ଗୁଣା ବୃଦ୍ଧି କରିଛି। ଏଥି ସହିତ ୟୁକ୍ରେନ ସେନାରେ ମାନବ ଶକ୍ତି ହ୍ରାସ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ