Wednesday, April 8, 2026
27.4 C
Odisha

    ୧୪ରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଆସନ୍ତା ୧୪ରେ ଘୋଷଣା ହେବାର ବିଶେଷ ସମ୍ଭାବନା ରହିଛି। ଚଳିତ ମାସ ୧୨-୧୩ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆ)ଙ୍କ ଜମ୍ମୁ-କାଶ୍ମୀର ଗସ୍ତ ଶେଷ ହେବ। ଏହା ପରେ ଯେ କୌଣସି ସମୟରେ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ନିର୍ବାଚନ ତାରିଖ ଘୋଷଣା ହେବା ସହ ତତ୍କାଳ ସାରା ଦେଶରେ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି) ଲାଗୁ ହେବ। ସୂଚନା ଅନୁସାରେ ସ୍ଥାନୀୟ ବିଜ୍ଞା‌ନ ଭବନ କିମ୍ବା ଆକାଶବାଣୀର ରଙ୍ଗ ଭବନ ପ୍ରେକ୍ଷାଳୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ସାମ୍ବାଦିକ ସମ୍ମିଳନୀରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଏଥର ମଧ୍ୟ ନିର୍ବାଚନ ୭ରୁ ୮ଟି ପର୍ଯ୍ୟାୟରେ ହେବ ବୋଲି କୁହାଯାଉଛି। ଏପ୍ରିଲ ୧୫ରୁ ମେ ୨୫ ମଧ୍ୟରେ ଭୋଟଦାନ ହେବ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ହେଲା ବୋର୍ଡ ପରୀକ୍ଷା, ପର୍ବପର୍ବାଣୀ, ପାଣିପାଗ ତଥା ସୁରକ୍ଷାକର୍ମୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଉଛି। ଲୋକସଭା ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ। ସୂଚନା ମୁତାବକ ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ର ଅନ୍ତିମ ବୈଠକ ହେବ। ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ ହୋଇପାରେ। ୨୦୧୯ ସାଧାରଣ ନିର୍ବାଚନ ସୂଚୀ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ଏପ୍ରିଲ ୧୪ରୁ ମେ ୧୯ ମଧ୍ୟରେ ସାତଟି ପର୍ଯ୍ୟାୟରେ ଭୋଟଦାନ ହୋଇଥିଲା ଓ ୬୭.୧ ପ୍ରତିଶତ ‌ଭୋଟିଂ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ପାଖାପାଖି ୯୬ କୋଟି ଭୋଟର ଭୋଟଦାନ ପାଇଁ ଯୋଗ୍ୟ ଅଛନ୍ତି। ଇସିଆଇଙ୍କ ପକ୍ଷରୁ ‌ନିର୍ବାଚନରେ ଭୋଟଦାନ ପ୍ରତିଶତ ବୃଦ୍ଧି ପାଇଁ ଏକାଧିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହ ମୁକ୍ତ ତଥା ନିରପେକ୍ଷ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    52 %
    2kmh
    6 %
    Wed
    28 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ