Sunday, October 4, 2026
29.6 C
Odisha

    ଖରା ବଢ଼ିବ, ୪୦ ଡିଗ୍ରି ଟପିବ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚଳିତ ସପ୍ତାହ ତାତିବ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ଦିନର ପାରଦ ୩୭ ଡିଗ୍ରି ଉପରେ ରହିବ। ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରି ଟପିଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ‌ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ କଲବଲ କରିବ ତାତି। ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍‌ ରହିବାକୁ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ୧୪ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ସମାନ ସ୍ଥିତି ଉପୁଜିବ। ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳରେ ଶୁଷ୍କତା ବଢ଼ିବା ସହ ଟାଣ ଖରା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

    ପାଣିପାଗ ବିଜ୍ଞାନୀ ଆହୁରି କହିଛନ୍ତି ଯେ ସୋମବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସବୁ ସହରର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାର ପରବର୍ତ୍ତୀ ୩ରୁ ୪ ଦିନ ଯାଏ ସର୍ବୋଚ୍ଚ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ। ମାତ୍ର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରି ବଢ଼ିବ। ୧୪ ତାରିଖ ଅପରାହ୍ଣରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ରାଜ୍ୟରେ ପୁଣି ଥରେ ସକ୍ରିୟ ହେବ ପଶ୍ଚିମା ଝଡ଼। ପ୍ରଭାବରେ ୧୫ ଓ ୧୬ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ମାଲକାନଗିରିରେ ୩୭.୧, ଟିଟିଲାଗଡ଼ରେ ୩୭, ସୋନପୁରରେ ୩୬.୯, ଭବାନୀପାଟଣାରେ ୩୬.୮, ବଲାଙ୍ଗୀରରେ ୩୬.୪, ନୟାଗଡ଼ରେ ୩୫.୭, ରାୟଗଡ଼ାରେ ୩୫.୨, ନବରଙ୍ଗପୁର ଓ ପରଳାଖେମୁଣ୍ଡିରେ ୩୫ ଡିଗ୍ରି ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ