Sunday, September 27, 2026
21.7 C
Odisha

    ପିଲାମାନେ ଔରଙ୍ଗଜେବଙ୍କ ଭଳି ନୁହେଁ ଶ୍ରୀରାମଙ୍କ ଭଳି ହେବା ଉଚିତ: ୱାକଫ୍ ବୋର୍ଡ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ ୱାକଫ୍ ବୋର୍ଡର ବଡ ନିଷ୍ପତ୍ତି । ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟର ସବୁ ମଦ୍ରାସାରେ ପଢାଯିବ ଶ୍ରୀରାମଙ୍କ କଥା । ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ୱାକଫ୍ ବୋର୍ଡ ଅଧ୍ୟକ୍ଷ ସାଦାବ୍ ଶସ୍ମ କହିଛନ୍ତି ଯେ, ପିଲାମାନେ ଔରଙ୍ଗଜେବଙ୍କ ବଳି ନୁହେଁ ବରଂ ଶ୍ରୀରାମଙ୍କ ଭଳି ଆଦର୍ଶବାନ୍ ହେବା ଉଚିତ ।ୱାକଫ୍ ବୋର୍ଡ ଅଧ୍ୟକ୍ଷଙ୍କ କହିବା ମୁତାବକ, ୱାକଫ୍ ବୋର୍ଡ ଅଧିନରେ ଥିବା ୧୧୭ଟି ମଦ୍ରାସାରେ ନୂତନ ଶିକ୍ଷା ବର୍ଷ ଆରମ୍ଭରେ ହରିଦ୍ୱାର, ଉଦ୍ଧମସିଂ ନଗର, ନୈନିତାଲ ଜିଲ୍ଲାରେ ପ୍ରଥମେ ଏହି ପାଠ୍ୟକ୍ରମକୁ ଆରମ୍ଭ କରାଯିବ । କାରଣ ପ୍ରଭୁ ଶ୍ରୀରାମ ନିଜ ପିତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ସବୁ ଐଶ୍ୱର୍ଯ୍ୟକୁ ପଛରେ ପକାଇ ବନକୁ ଗଲେ । ତେଣୁ ଏଭଳି ଏକ ସୁପୁତ୍ର ପାଇବାକୁ କେଉଁ ବାପା, ମା’ ନଚାହାଁନ୍ତି?ବିଂଶ ଶତାବ୍ଦିର ଦାର୍ଶନିକ ଅଲ୍ଲାମା ଇକବାଲଙ୍କୁ ମନେପକାଇ ଶସ୍ମ କହିଛନ୍ତି ଯେ, ହିନ୍ଦୁସ୍ତାନ ଶ୍ରୀରାମଙ୍କ ପାଇଁ ଗର୍ବିତ. ଲୋକେ ତାଙ୍କୁ ହିନ୍ଦୁସ୍ତାନର ନେତା ମାନନ୍ତି । କେବଳ ଏତିକି ନୁହେଁ ତାଙ୍କ ସହ ସବୁ ସୁଖ ସ୍ୱାଚ୍ଛନ୍ଦକୁ ପଛରେ ପକାଇ ତାଙ୍କ ସହ ବନାଗମନ କରିଥିବା ଭାଇ ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ଜୀବନୀ ମଧ୍ୟ ବେଶ୍ ପ୍ରେରଣାଦାୟୀ, ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀ ପଢିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ