Sunday, September 27, 2026
21.7 C
Odisha

    ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରିଛି କମିଶନରେଟ ପୁଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଓ ଠକଙ୍କୁ ଠାବ କରିବାକୁ ଥିବା ସରାଇ ନିୟମକୁ କଡ଼ାକଡ଼ି କରାଯାଇଛି । ଆଜି କମିସନରେଟ୍‌ ପୁଲିସ ରାଜଧାନୀରେ ବହୁ ହୋଟେଲ୍‌, ଲଜ୍‌ ଓ ଗେଷ୍ଟ୍‌ହାଉସ୍‌ ବୁଲି ଯାଞ୍ଚ କରିଛି। ଭୁବନେଶ୍ବରର ଲକ୍ଷ୍ମୀସାଗର, କ୍ୟାପିଟାଲ, ଖାରବେଳ ନଗର, ଖଣ୍ଡଗିରି, ଇନ୍ଫୋସିଟି ଥାନା ପୁଲିସ ଅପରାହ୍ନ ସମୟରେ ନିଜ ଅଞ୍ଚଳସ୍ଥିତ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍‌ରେ ଯାଞ୍ଚ୍ କରିବା ସହିତ ସରାଇ ଆପ୍‌କୁ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମାନଙ୍କରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା, ଗ୍ୟାସ୍ କଟର୍‌ ବ୍ୟବହାର କରୁଥିବା ସିନ୍ଧିଚୋର ଓ ବଙ୍ଗୀୟ ଲୁଟେରାମାନେ ରାଜଧାନୀର ବିଭିନ୍ନ ହୋଟେଲ୍‌ରେ ରହି ଲୁଟ୍‌ପାଟ୍‌ କରିଥିଲେ। ସେହିଭଳି ରାଜଧାନୀରୁ ଧରାହେଉଥିବା ସାଇବର ଠକ ବା ଜମତରା ଗ୍ୟାଙ୍ଗ୍‌ ଠାବ ହୋଟେଲରେ ରହୁଥିଲେ। ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’ କରିଦେଇଥିବାରୁ ଏହି ଗ୍ୟାଙ୍ଗ୍‌ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ। ତେଣୁ ଏଣିକି ସରାଇ ନିୟମକୁ କଡ଼ା‌କଡ଼ି କରି ପୁଲିସ ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ବୋଲି ଯୋଜନା କରିଥିବା ସୂଚନା ଦେଇଛନ୍ତି ଡିସିପି। ସେପଟେ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଚେକିଂକୁ ସ୍ୱାଗତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ