Monday, April 6, 2026
28.1 C
Odisha

    ଷ୍ଟ୍ରୋକ୍, କ୍ୟାନ୍ସର ଏବଂ ହାଇ ବ୍ଲଡପ୍ରେସରର କାରଣ ହୋଇପାରେ ଓବେସିଟି, ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଓବେସିଟି ବା ମୋଟାପଣ ଏମିତି ଏକ ସମସ୍ୟା ଯେଉଁଥିରେ ବ୍ୟକ୍ତିଙ୍କର ଓଜନ ଏତେ ମାତ୍ରାରେ ବଢ଼ିଯାଏ ଯେ, ଏହାର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଯେତେବେଳେ ବ୍ୟକ୍ତି ଆବଶ୍ୟକରୁ ଅଧିକ କ୍ୟାଲୋରୀ ଯୁକ୍ତି ଖାଦ୍ୟ ଖାଇଥାନ୍ତି ତେବେ ଏହା ଅତିରିକ୍ତ କ୍ୟାଲୋରୀ ଫ୍ୟାଟ ରୂପରେ ଶରୀରରେ ଜମା ହୋଇ ରହିଯାଇଥାଏ। ଓବେସିଟିରେ ଆକ୍ରାନ୍ତ ଥିବା ରୋଗୀର ଶାରୀରିକ ଯାଞ୍ଚ ତାଙ୍କ ଇତିହାସକୁ ନେଇ କରାଯାଇଥାଏ। ମୋଟାପଣ କାରଣରୁ ରୋଗର ସମ୍ଭାବନାର ଯାଞ୍ଚ କରିବା ପାଇଁ ବ୍ୟକ୍ତିଙ୍କୁ ବିଏମଆଇ ( ବଡି ମାସ ଇଣ୍ଡେକ୍ସ )କୁ ମପା ଯାଇଥାଏ।

    ଓବେସିଟ ଜିନ୍ ଦ୍ବାରା ହୋଇଥାଏ
    ଯଦି କୌଣସି ବ୍ୟକ୍ତିଙ୍କ ବାପା-ମା’ଙ୍କ ମଧ୍ୟରେ କେହି ଜଣେ ମୋଟା ଥାନ୍ତି, ତେବେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡିବାର ସମ୍ଭାବନା ଥାଏ। ଶାରୀରିକ ଭାବରେ ବ୍ୟକ୍ତିଙ୍କର ଓଜନ ବଢ଼ିବା କାରଣରୁ ଅର୍ଥରାଇଟିସ, ହ୍ରୁଦୟ, ଲିଭର ଏବଂ ରକ୍ତଚାପ ଭଳି ବଡ ରୋଗ ହୋଇପାରେ।

    ଓବେସିଟି ଏବଂ ଖାଦ୍ୟ
    କ୍ୟାଲୋରୀ ଯୁକ୍ତ ଆହାର,ଜଙ୍କ ଫୁଡ, ପାନୀୟ ପଦାର୍ଥର ଅଧିକ ସେବନ କରିବା ତଥା ଫଳ ଏବଂ ପରିବାର ସେବନ କମ୍ କରିବା କାରଣରୁ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଥାଏ। ମୋଟାପଣ କୌଣସି ବି ବୟଷରେ ହୋଇଥାଏ, ଏହା ଛୋଟ ପିଲାଙ୍କ ମଧ୍ୟରେ ମଧ୍ୟ ହୋଇପାରେ। କିଛି ଲୋକଙ୍କ ମୋଟାପଣ କୌଣସି ରୋଗ କାରଣରୁ ମଧ୍ୟ ହୋଇପାରେ। କିଛି ଔେଷଧ ସେବନ କରିବା କାରଣରୁ ମଧ୍ୟ ବ୍ୟକ୍ତିଙ୍କ ଓଜନ ବଢ଼ିଯାଇଥାଏ।
    ଓବେସିଟି ଦ୍ବାରା ହୋଇପାରେ ଏହି ରୋଗ

    ମେଦବହୁଳତା କାରଣରୁ ଷ୍ଟ୍ରୋକ୍, କ୍ୟାନ୍ସର, ପ୍ରଜନନ କ୍ଷମତାରେ ସମସ୍ୟା, ହ୍ରୁଦୟ, ଆଷ୍ଟ୍ରୀୟଅର୍ଥରାଇଟିସ୍, ଟାଇପ ୨ ଡାଇବେଟିଜ, ପିତ୍ତାଶୟ ରୋଗ, ଶ୍ବାସ ରୋଗ, ହାଇ ବ୍ଲଡ ପ୍ରେସର, ଲିଭରରେ ମୋଟାପଣ, ନର୍ବ ଡିସଅର୍ଡର ଭଳି ଅନେକ ଗମ୍ଭୀର ରୋଗ ହୋଇପାରେ।

    ରକ୍ଷା ପାଇବାର ଉପାୟ
    -ଖାଦ୍ୟ ଏବଂ ବ୍ୟାୟାମରେ ଧ୍ୟାନ ଦେବା ଆବଶ୍ୟକ। ନିୟମିତ ବ୍ୟାୟାମ କରିବା ଦ୍ବାରା ଆପଣ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ଶିଘ୍ର ଚାଲିବା ଏବଂ ସାଇକେଲ ଚଲାଇବା ଉତ୍ତମ ବ୍ୟାୟାମ ଅଟେ। ଦିନକୁ ତିନି ଥର ନିୟମିତ ଭାବରେ ଖାଦ୍ୟ ଗ୍ରହଣ କରନ୍ତୁ।

    -ଗର୍ଭାବସ୍ଥା ମସୟରେ ମହିଳାଙ୍କର ଓଜନ ବଢ଼ିବା ଉଚିତ ନୁହେଁ। ପରେ ଏହା ମେଦବହୁଳତାର କାରଣ ହୋଇପାରେ।

    -ନିଦ ଭଲରେ ନହେଲେ ଶରୀରରେ ହର୍ମୋନାଲ ପରିବର୍ତ୍ତନ ଦେଖାଯାଇଥାଏ। ଯାହା ଦ୍ବାରା ଭୋକ ଅଧିକ ଲାଗିଥାଏ।

    -କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ, ଫଳ ଏବଂ ପରିବାର ସେବନ କରନ୍ତୁ।

    -ମିଠା, ଆଲକୋହଲର ସେବନ ଅଳ୍ପ ପରିମାଣରେ କରନ୍ତୁ। ସ୍ୟାଚୁରେଟେଡ ଫ୍ୟାଟ ଖାଦ୍ୟରୁ ଦୂରେଇ ରୁହନ୍ତୁ।

    -ନିୟମିତ ପର‌୍ୟ୍ୟାନ୍ତ ପରିମାଣରେ ପାଣି ପିଅନ୍ତୁ।

    -କାକୁଡି, ଲେମ୍ବୁ, ଅଦା, ପୁଦିନା ରସ ପେଟ କମାଇବା ଏବଂ ବିଶେଷ କରି ଫ୍ୟାଟକୁ କମ୍ କରିବାରେ ସାହାଯ୍ୟ କରିଥାଏ।

    -ଫ୍ୟାଟ କମ୍ କରିବା ପାଇଁ ଗ୍ରୀନ ଟି, ବ୍ୟାରିଜ୍, ଦହି, ଓଟ୍ସ, ଖୁଆ, ଅଣ୍ଡାର ସେବନ କରିବା କାରଣରୁ ମଧ୍ୟ ଏହା କମ ହେବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ