Sunday, December 29, 2024
18.7 C
Odisha

    ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ନିଯୁକ୍ତି ସମାରୋହ ଆୟୋଜିତ ହୋଇଛି । ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଅଗ୍ନିଶମ ବାହିନୀରେ ନିଯୁକ୍ତି ବିଷୟରେ ସୂଚନା ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗ୍ନିଶମ ବାହିନୀରେ ଆଗକୁ ମହିଳା ନିଯୁକ୍ତ ହୋଇପାରନ୍ତି । ମହିଳାଙ୍କ ନିଯୁକ୍ତି ନେଇ ବିଚାର କରିବେ ସରକାର ।  ଆଗକୁ ଫାୟାରମ୍ୟାନ୍ ନାଁ ବଦଳି ଫାୟାର ଫାଇଟର ମଧ୍ୟ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଭଳି ରାଜ୍ୟରେ ଖାଲି ପଡିଥିବା ପ୍ରାୟ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ମଧ୍ୟ କାମ ଆରମ୍ଭ ହୋଇଛି ।  ଆସନ୍ତା ୫ ବର୍ଷରେ ୩ ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ସମାରୋହରେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.7 ° C
    18.7 °
    18.7 °
    63 %
    1.3kmh
    1 %
    Sat
    19 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ