Saturday, July 27, 2024
24.8 C
Odisha

    ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡି

    ଆଗକୁ ପଢନ୍ତୁ

    ଆଉ କିଛି ଦିନରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହା ଭିତରେ ବଡ ଖବର ସାମ୍ନାକୁ ଆସୁଛି । ଅଯୋଧ୍ୟାର ୭୦ ଏକରବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲାଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁ ମୁଖ୍ୟମନ୍ଦିର ଗର୍ଭଗୃହରେ ମାଆ ସୀତାଙ୍କର କୌଣସି ପ୍ରତିମୂର୍ତି ସ୍ଥାପନ କରାଯିବ ନାହିଁ । ଏନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
    ମୁଖ୍ୟ ମନ୍ଦିର ଗର୍ଭଗୃହରେ ସ୍ଥାନ ପାଇବନି ମା’ ସୀତାଙ୍କ ପ୍ରତିମୂର୍ତ୍ତୀ

    – ଗର୍ଭଗୃହରେ ରହିବ ୫ ବର୍ଷର ବାଳ ରୂପରେ ରାମଲଲାଙ୍କ ପ୍ରତିମା

    – ମୁଖ୍ୟ ମନ୍ଦିର ୩୬୦ ଫୁଟ ଲମ୍ବା ଏବଂ ୨୩୫ ଫୁଟ୍ ଓସାର

    – ମନ୍ଦିରର ଶିଖର ୧୬୧ ଫୁଟ ଉଚ୍ଚ

    – ରାମଲଲାଙ୍କ ମନ୍ଦିରେ ରହିବ ୩୨ଟି ପାହାଚ

    – ମୁଖ୍ୟ ମନ୍ଦିରରେ ସ୍ଥାପିତ ହେବ ବିବାହ ପୂର୍ବର ରାମଲଲାଙ୍କ ପ୍ରତିମା

    – ମୁଖ୍ୟ ମନ୍ଦିର ବ୍ୟତୀତ ୭ଟି ଅନ୍ୟ ମନ୍ଦିର ରହିବ

    – ୭୦ ଏକର ବିଶିଷ୍ଟ ଅଯୋଧ୍ୟା ଶ୍ରୀରାମ ମନ୍ଦିର

    ସେପଟେ ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉର୍ ମୂତି ପୂଜା ପାଇବେ ଏନେଇ ଶୁକ୍ରବାର ମତଦାନ ହେବ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ଥିବାରୁ ମୂର୍ତି ଚୟନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସହ ମତଦାନ କରାଯାଉଛି । ଅଯୋଧ୍ୟାରେ ଏନେଇ ଶ୍ରରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ବୈଠକ କରାଯାଇି ମତଦାନ କରାଯିବ । ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି ନିର୍ମାଣ କରାଯାଇଛି ।

    ଶନିବାର ଅଯୋଧ୍ୟା ପାଇଁ ବେଶ ଖାସ ଦିନ ହେବାକୁ ଯାଉଛି । ନବନିର୍ମତ ଅର୍ନ୍ତଜାତୀୟ ବିମାନବନ୍ଦର ସହ ପୁର୍ନନିର୍ମାଣ କରାଯାଇଥିବା ବିଶାଳ ରେଳଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଅଯୋଧ୍ୟାର ପହଁଛି ସ୍ଥିତି ସମୀକ୍ଷା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶନିବାର ଅଯୋଧ୍ୟା ପାଇଁ ୧୫ହଜାର କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ସେପଟେ ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏବେ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି । ବିଶ୍ୱବ୍ୟାପୀ ରାମଭକ୍ତ ରାମ ମନ୍ଦିରର ଉଦ୍ଘାଟନ ନେଇ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହି କ୍ରମରେ ଉଦ୍ଘାଟନ ଉତ୍ସବକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ