Wednesday, April 8, 2026
30.6 C
Odisha

    ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନ୍‌ଙ୍କ ୯୫ ବର୍ଷ ବୟସରେ ପରଲୋକ

    ଆଗକୁ ପଢନ୍ତୁ

    ସାକ୍ରାମେଣ୍ଟୋ: ପ୍ରଥମ ମିସ୍ ୱାର୍ଲ୍ଡ କିକି ହାକାନ୍‌ସନଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନଭେମ୍ବର ୪ ତାରିଖ ସୋମବାର କାଲିଫର୍ଣ୍ଣିଆସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ଯେ ବୃଦ୍ଧାବସ୍ଥାରେ ତାଙ୍କର ଭଲ ଭାବରେ ଯତ୍ନ ନିଆଯାଉଥିଲା ଏବଂ ସୋମବାର ଶାନ୍ତିରେ ତାଙ୍କର ପରଲୋକ ଘଟିଛି। ଅଫିସିଆଲ ମିସ୍ ୱାର୍ଲ୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଘୋଷଣା କରାଯାଇଛି।
    ସ୍ୱିଡେନରେ ଜନ୍ମିତ କିକି ହାକାନ୍‌ସନ ୧୯୫୧ ମସିହାରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧି ଇତିହାସ ରଚିଥିଲେ। ୧୯୫୧ ମସିହା ଜୁଲାଇ ୨୯ ତାରିଖରେ ଲିସିୟମ୍ ବାଲରୁମ୍‌ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ପ୍ରଥମେ ବ୍ରିଟେନ୍ ଫେଷ୍ଟିଭାଲ ସହ ଜଡ଼ିତ ଏକକାଳୀନ କାର୍ଯ୍ୟକ୍ରମ ଭାବେ ପରିକଳ୍ପନା କରାଯାଇଥିଲା। ତେବେ ଏହି ପ୍ରତିଯୋଗିତା ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା ଏବଂ କିକିଙ୍କ ବିଜୟ ମିସ୍ ୱାର୍ଲ୍ଡ ପରମ୍ପରାର ଶୁଭାରମ୍ଭ କରିଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳିରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଅଫିସିଆଲ ପେଜରେ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ମିସ୍ ଵାର୍ଲ୍ଡର ଅଧ୍ୟକ୍ଷା ଜୁଲିଆ ମୋର୍ଲେ ତାଙ୍କ ବ୍ୟକ୍ତିଗତ ଚିନ୍ତାଧାରାକୁ ଶେୟାର କରି କହିଛନ୍ତି, ଜଣେ ଟ୍ରେଲବ୍ଲେଜର (ପଥପ୍ରଦର୍ଶକ) ଭାବରେ କିକି କେବଳ ଭବିଷ୍ୟତର ପ୍ରତିଯୋଗୀ ସୁନ୍ଦରୀ ରାଣୀମାନଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରି ନ ଥିଲେ ବରଂ ବିଶ୍ୱ ସାଂସ୍କୃତିକ ଦୃଶ୍ୟପଟରେ ଏକ ଆଇକନିକ ବ୍ୟକ୍ତିତ୍ୱ ମଧ୍ୟ ପାଲଟିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ