Monday, March 17, 2025
31.7 C
Odisha

    ଓଡ଼ିଶା ସୀମା ଝାଡ଼ଖଣ୍ଡ ତାଲାବୁର ରେଳ ଧାରଣାରୁ ୪ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ତାଲାବୁରୁ ଓ କେନ୍ଦୋପୋସି ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନରୁ ୪ଟି ମୃତହେଦ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ । ତେନ୍ଦୁଳି ଗଛ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ୫ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହତ୍ୟକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇପାରିନାହିଁ । ପୋଲିସ କହିଛି ତେନ୍ତୁଳି ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ରହିଥିଲା । ଆଉ ଏହି ବିବାଦ ଯୋଗୁ ହତ୍ୟାକାଣ୍ଡ ହୋଇଛି । ପୋଲିସ କହିଛି, ହତ୍ୟାକାଣ୍ଡ ଘଟଣାର ସମାଧାନ ପାଇଁ ମୃତକଙ୍କ ଝିଅ ବଡ଼ ଲିଙ୍କ ଭାବେ ଉଭା ହୋଇଥିଲା । ୧୫ ବର୍ଷର ଝିଅ ହିଁ ପୋଲିସକୁ ହତ୍ୟାକାରୀ ପାଖରେ ପହଂଚାଇବାରେ ସାହାଯ୍ୟ କରିଥିଲା । ହତ୍ୟା ସମୟରେ ଝିଅ କୌଣସି ପ୍ରକାରେ ଖସି ଯିବାରେ ସଫଳ ହୋଇଥିଲା । ଗତ ସପ୍ତାହରେ ରେଳ ଲାଇନରୁ ୪ଟି ମୃତହେଦ ଉଦ୍ଧାର କରାଯାଇଥିଲା । ଦୁଇଟି ମୃତଦେହ ଅଖାରେ ସିଲ ହୋଇ ରହିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି । ଜଣଙ୍କ ବୟସ ୮ ମାସ ହୋଇଥିବା ବେଳେ ଅନ୍ୟ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.7 ° C
    31.7 °
    31.7 °
    19 %
    2.5kmh
    62 %
    Mon
    34 °
    Tue
    39 °
    Wed
    40 °
    Thu
    41 °
    Fri
    39 °

    ସମ୍ବନ୍ଧିତ