Wednesday, October 14, 2026
24.8 C
Odisha

    ହାଥରସ୍ ଦଳାଚକଟା ଘଟଣାରେ ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ । ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କଲା ପୋଲିସ୍

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ ହାଥରସ ଦଳା ଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବଡ଼ କଥା ହେଉଛି, ୮୦ହଜାର ଲୋକଙ୍କ ପାଇଁ ଅନୁମତି ନିଆଯାଇଥିବା ବେଳେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି। ଏହାସହ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୋଲିସ। ସେହିପରି ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ ଗୌରବ ଦ୍ବିବେଦୀ ସିବିଆଇ ତଦନ୍ତ ଦାବି କରି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ୟୁପି ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ୟୁପିର ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି। ସୂଚନା ଅନୁସାରେ ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ