Monday, October 5, 2026
23.3 C
Odisha

    ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ କହିଲେ ଆଇନ୍ ମନ୍ତ୍ରୀ । କହିଲେ, ଖୁବଶୀଘ୍ର ଏନେଇ ପ୍ରସ୍ତୁତ ହେବ ମୋଡାଲିଟି

    ଆଗକୁ ପଢନ୍ତୁ

    ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା ଦେଇଛନ୍ତିା ଏନେଇ ନିଷ୍ପତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ, ଏହି ଗୁଜବକୁ ଲୋକେ ବିଶ୍ବାସ ନକରନ୍ତୁ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅପିଲ କରିଛନ୍ତିା ସୂଚନାଯୋଗ୍ୟ ଯେ, ଜୁଲାଇ ୮ରୁ ଖୋଲିପାରେ ରତ୍ନଭଣ୍ଡାର । ଏହିଦିନଠୁ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି । ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି । ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖ ଅପରାହ୍ଣ ୨ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ । ବୈଠକରେ ନିଷ୍ପତି ନିଆଯିବା ପରେ ଜୁଲାଇ ୮ ତାରିଖରୁ ରତ୍ନୠଣ୍ଡାର ଖୋଲିବା ସହ ଗଣତିମଣିତ କାମ ଆରମ୍ଭ ହୋଇପାରେ । ଏଭଳି ୧୯ ଦିନ ଧରି ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ