Sunday, July 12, 2026
27.7 C
Odisha

    ରତ୍ନଭଣ୍ଡାର ସର୍ଭେ ଶେଷ; ରିପୋର୍ଟକୁ ଅପେକ୍ଷା

    ଆଗକୁ ପଢନ୍ତୁ

    ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି। ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଓ ବାହାର ରତ୍ନଭଣ୍ଡାର ଚଟାଣ ଓ କାନ୍ଥର ଯାଞ୍ଚ କରାଯାଇଥିଲା। ଜିପିଆରଏସ ଦ୍ୱାରା ଅନୁଧ୍ୟାନ ଏହି କାମ କରାଯାଇଥିଲା। ଗତକାଲି ଠାରୁ ଆରମ୍ଭ ହେଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ଆସନ୍ତାକାଲି ସରିବାର ଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ‌ସର୍ଭେ ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପାଇଁ କ’ଣ ଦରକାର ଅଛି, ସେନେଇ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ରବିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।
    Sambad icon

    ଦେଶ- ବିଦେଶ
    ଇସ୍ରାଏଲ୍-ହମାସ୍ ଯୁଦ୍ଧ
    ରାଜ୍ୟ
    ଜିଲ୍ଲା
    ମହାନଗର
    ଖେଳ
    ଅର୍ଥନୀତି
    ରାଜନୀତି
    ମନୋରଞ୍ଜନ
    ବିଶେଷ
    ଅପରାଧ
    ଜୀବନଚର୍ଯ୍ୟା
    ରାଶିଫଳ
    ସମ୍ପାଦକୀୟ
    ପୁନଶ୍ଚ ପୃଥିବୀ
    Authors
    Powered by :

    Leading
    ରତ୍ନଭଣ୍ଡାର ସର୍ଭେ ଶେଷ; ରିପୋର୍ଟକୁ ଅପେକ୍ଷା
    ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି।

    Mahendra Sahu profile image
    by
    Mahendra Sahu
    Updated 22 Sep 2024 19:07 IST

    ରତ୍ନଭଣ୍ଡାର ସର୍ଭେ ଶେଷ; ରିପୋର୍ଟକୁ ଅପେକ୍ଷା
    ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି। ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଓ ବାହାର ରତ୍ନଭଣ୍ଡାର ଚଟାଣ ଓ କାନ୍ଥର ଯାଞ୍ଚ କରାଯାଇଥିଲା। ଜିପିଆରଏସ ଦ୍ୱାରା ଅନୁଧ୍ୟାନ ଏହି କାମ କରାଯାଇଥିଲା। ଗତକାଲି ଠାରୁ ଆରମ୍ଭ ହେଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ଆସନ୍ତାକାଲି ସରିବାର ଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ‌ସର୍ଭେ ରିପୋର୍ଟ ଆସିବ। ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପାଇଁ କ’ଣ ଦରକାର ଅଛି, ସେନେଇ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ରବିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

    ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ଏଆଇସିର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

    ଏନ୍‌ଜିଆର ବୈଜ୍ଞାନିକ ମୁଖ୍ୟ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ହୋଇଥିଲା। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା। ଶନିବାର ଠାରୁ ଆରମ୍ଭ ହୋଇଥିବା ସର୍ଭେ ସୋମବାର ଦିନ ସରିଥାନ୍ତା। କିନ୍ତୁ ଏହା ପୂର୍ବରୁ ରବିବାର ଦିନ ସର୍ଭେ କାମ ସରିଛି। ସର୍ଭେ ସମୟରେ ଏନ୍‌ଜିଆରଆଇ ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରିଥିବା ଜଣାପଡ଼ିଛି। ଏନ୍‌ଜିଆରଇ ସର୍ଭେ ରିପୋର୍ଟକୁ ଏଏସ୍‌ଆଇକକୁ ହସ୍ତାନ୍ତର କରିବ। ଏଏସଆଇ ତରଫରୁ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ସର୍ଭେ ସମୟରେ ସ୍ବତନ୍ତ୍ର ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.7 ° C
    27.7 °
    27.7 °
    69 %
    1.8kmh
    82 %
    Sun
    28 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ