Friday, September 20, 2024
23.6 C
Odisha

    ଅର୍ଶଦଙ୍କ ସ୍ବର୍ଣ୍ଣ ପଦକ ଜିତିବା ପାକିସ୍ତାନ ପାଇଁ ଇତିହାସ ପାଲଟିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଛନ୍ତି । ଆଉ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ଗତ କାଲି ଫାଇନାଲରେ ଅର୍ଶଦ ନିଜର ଶେଷ ଥ୍ରୋ ୯୧.୭୯ ମିଟର ମାରିଥିଲେ । ନିଜର ୬ ଥ୍ରୋରୁ ସେ ଦୁଇଟି ଥ୍ରୋ ୯୦ ମିଟରରୁ ଅଧିକ ମାରିଥିଲେ । ପାକିସ୍ତାନରେ ଏହା ପ୍ରଥମ ଥର ହୋଇଛି ଯେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଭାବେ କୌଣସି ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଛି ।

    ଅର୍ଶଦଙ୍କ ଗୋଲ୍ଡ ମେଡାଲ ଜିତିବା ପାକିସ୍ତାନ ପାଇଁ ଐତିହାସିକ ହୋଇଛି । କାରଣ ୧୯୯୨ ମସିହା ପରେ ପାକିସ୍ତାନ ବ୍ୟକ୍ତିଗତ ମେଡାଲ ଜିତିବାରେ ସଫଳ ହୋଇଛି । ୧୯୯୨ରେ ପାକିସ୍ତାନର ହକି ଟିମ ବ୍ରୋଞ୍ଜ ମେଡାଲ ଜିତିଥିଲା । ଆଉ ଏବେ ୩୨ ବର୍ଷ ପରେ ଅରଶଦ ନଦୀମ ଗୋଲ୍ଡ ମେଡାଲ ଜିତି ପାକିସ୍ତାନ ପାଇଁ ଗୌରବ ଆଣିଛନ୍ତି ।

    ତେବେ ଭାରତର ନୀରଜ ଚୋପ୍ରାଙ୍କ ପାଇଁ ଏହି ଅଲମ୍ପିକ୍ସ ଭଲ ଯାଇନଥିଲା । କାରଣ ସେ ଫାଇନାଲରେ ପ୍ରଥମ ରାଉଣ୍ଡର ଦ୍ୱୀତିୟ ପ୍ରୟାସରେ ୮୯.୪୫ ମିଟରର ଥ୍ରୋ କରିଥିଲେ । ଯାହା ଥିଲା ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ । ଏହାପରେ ସେ ୬ଟି ଥ୍ରୋରୁ ୫ଟିରେ ଫାଉଲ ହୋଇଥିଲେ । ଆଉ ସିଲଭର ମେଡାଲ ଜିତିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    1kmh
    100 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ