Saturday, May 30, 2026
24.7 C
Odisha

    ନଡ୍ଡାଙ୍କୁ କଲେ ଅନୁରୋଧ, କହିଲେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କର : ଗମ୍ଭୀର

    ଆଗକୁ ପଢନ୍ତୁ

    ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ୨୦୨୪ ନିର୍ବାଚନ ଲଢିବେନି । ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ଗମ୍ଭୀର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ୍ କରି ଗମ୍ଭୀର କହିଛନ୍ତି, ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ଯାହାଫଳରେ ମୁଁ କ୍ରିକେଟ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରିବି । ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର । ଗମ୍ଭୀର ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ରହିଛନ୍ତି । କ୍ରିକେଟରୁ ଅବସର ନେବା ପରେ ଗମ୍ଭୀର ରାଜନୀତିରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ । ତେବେ ଥରେ ନିର୍ବାଚିତ ହେବା ପରେ ରାଜନୀତିରୁ ଦୂରେଇବାକୁ ଇଚ୍ଛାପ୍ରକାଶ କରିଛନ୍ତି ଗମ୍ଭୀର । ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ ଗମ୍ଭୀର । ଏବେ କୋଲକାତା ଦଳର ମେଣ୍ଟର ଭୂମିକାରେ ନଜର ଆସିବେ ଗମ୍ଭୀର । ଉଭୟ ନିର୍ବାଚନ ଓ ଆଇପିଏଲ ଏକା ସମୟରେ ଚାଲୁଥିବାରୁ ଗମ୍ଭୀର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    83 %
    3.3kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ