Friday, January 9, 2026
18.1 C
Odisha

    ବଜ୍ରପାତରେ ୨ ଚାଷୀ ସମେତ ୩ ମୃତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ସୋର/ଆଠଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ହୋଇଛି। ଏଥିରେ ୨ ଜଣ ଚାଷୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ଆଶୁତୋଷ ତ୍ରିପାଠୀ।
    ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବସନ୍ତ ଦାସ, ନରେନ୍ଦ୍ର ବିଶ୍ବାଳ ଓ ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଏହି ତିନି ଜଣ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ ମୃତ ଘୋଷଣା କରିଥିଲେ। ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତାଙ୍କର ଚିକିତ୍ସା ଜାରି ରହଇଛି। ଅନ୍ୟପଟରେ ରାଇପିତାମ୍ବର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

    ବଜ୍ରାଘାତରେ ଆଠଗଡର ୪୫ ବର୍ଷୀୟ ଆଶୁତୋଷ ତ୍ରିପାଠୀଙ୍କର ମୃତ୍ୟୁ ହୋଇଛି। ଭୋଗରା ଛକରୁ ଘରକୁ ଫେରୁଥିବା ବଜ୍ରପାତ କାରଣରୁ ଗୁରୁତର ଅବସ୍ଥାରେ ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    18.1 ° C
    18.1 °
    18.1 °
    25 %
    0.8kmh
    62 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ