Thursday, October 1, 2026
24.6 C
Odisha

    ପୁରସ୍କାର ଘୋଷିତ ୩ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ପୁଲିସ ନିକଟରେ ୩ ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏ଼କ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ଗଡଚରେଲି ଡିଭିଜନର ଭାରମଗଡ ଏରିଆ କମିଟି ସଦସ୍ୟ ତଥା ଡେପୁଟି କମାଣ୍ଡର ମୋତି ପୋୟାମ ଅରଫ ୟମଲା(୨୫), ସଂଚିଲା ମାଣ୍ଡବୀ(୨୩) ଏବଂ ଲକ୍ଷ୍ମୀ ପଦ୍ଦା(୨୦)। ମୋତି ପୋୟାମଙ୍କ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ମହିଳା ନକ୍ସଲ ଲକ୍ଷ୍ମୀ ଏବଂ ସଂଚିଲା ନାମରେ ଏକ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା।

    ଏମାନେ ଗତ ୨୦୧୫ ମସିହାରୁ ନକ୍ସଲ ସଂଗଠନରେ କାମ କରିଆସୁଥିଲେ। ଏମାନେ ପୁଲିସ ଉପରେ ଆକ୍ରମଣ କରିବା, ଲୋକଙ୍କୁ ଭୟଭୀତ କରାଇବା, ପ୍ରଜାକୋର୍ଟରେ ଦୋଷୀକୁ ଦଣ୍ଡ ଦେବା ସହ ଲୁଟପାଟ କରିବା ନେଇ ବହୁ କେଶ ରହିଥିବା ପୁଲିସ କହିଛି।ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ଥଇଥାନ ନୀତି ଏବଂ ଘରକୁ ଫେରିଆସ ନୀତିରେ ପ୍ରଭାବିତ ହୋଇଥିବା ନକ୍ସଲମାନେ କହିଥିଲେ। ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।ହିଂସାକୁ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କାଟିବୁ ବୋଲି ଏମାନେ କହିଥିଲେ। ସଂଗଠନରେ ଭେଦଭାବ, ନିର୍ଯାତନା ଏବଂ ନିରୀହଙ୍କୁ ହତ୍ୟା କରିବା କାର୍ଯ୍ୟ ବଢିଯାଇଥିବା ଏମାନେ କହିଥିଲେ।ପୁଣି ପୁଲିସ ତରଫରୁ ଘନ ଘନ ଚଢାଉରେ ନକ୍ସଲ ସଂଗଠନର ସଦସ୍ୟମାନେ ଭୟଭିତ ହୋଇଥିବା କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ