Tuesday, April 7, 2026
26.1 C
Odisha

    Tight dress ଆଣୁଛି ବିପଦ

    ଆଗକୁ ପଢନ୍ତୁ

    ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି। ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି। ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା ମ୍ୟାଚିଂ କରିବା ସହ ଆକର୍ଷଣୀୟ ଲାଗିଥାଏ, କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଷ୍ଟାଇଲିସ୍ ଚକ୍କରରେ ଆପଣଙ୍କର ଶରୀରର କଣ କ୍ଷତି ଘଟୁଛି। ଆସନ୍ତୁ ଜାଣିବା ଟାଇଟ୍ ଡ୍ରେସ୍ ପିନ୍ଧିବା ଦ୍ୱାରା ଆପଣଙ୍କର କଣ ସବୁ କ୍ଷତି ହୋଇଥାଏ।

    ପୁରୁଷମାନେ ଟାଇଟ ପ୍ୟାଣ୍ଟ ପିନ୍ଧିବା ଅଭ୍ୟାସଠାରୁ ଦୂରେଇ ରହିବା ଉଚିତ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୁରୁଷମାନେ ଟାଇଟ୍ ପ୍ୟାଣ୍ଟ ପିନ୍ଧିବାର ପ୍ରଭାବ ସେମାନଙ୍କର ଯୌନ ଶକ୍ତି ଉପରେ ପଡ଼ିଥାଏ। ଏହା ଫଳରେ ପୁରୁଷଙ୍କର ଶୁକ୍ରାଶୁ ସଂଖ୍ୟା ହ୍ରାସ ପାଇଥାଏ। ଯାହାଦ୍ୱାରା ପ୍ରଜନନ କ୍ଷମତା କମିଯାଇଥାଏ।

    ଟାଇଟ ଡ୍ରେସ ପିନ୍ଧିବା ଦ୍ୱାରା ଆମ ଶରୀରରେ ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଶରୀରକୁ ଏକ ବାହ୍ୟ ବସ୍ତୁ ଚାପ ପ୍ରୟୋଗ କରିବା ଭଳି ଅନୁଭବ ହୋଇଥାଏ। ଏହା ଦ୍ୱାରା ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ।

    ଟାଇଟ ଡ୍ରେସ ଆମ ପେଟ ଉପରେ ଗଭୀର ଚାପ ପକାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ପେଟରେ ଯନ୍ତ୍ରଣା ସୃଷ୍ଟି କରିପାରେ। ତେଣୁ ପୋଷାକ ପିନ୍ଧିବା ସମୟରେ ବେଲ୍ଟକୁ ହାଲୁକା ଭାବରେ ପିନ୍ଧିବା ଉଚିତ।

    ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଆମ ଜଙ୍ଘର ସ୍ନାୟୁଗୁଡ଼ିକୁ ସଙ୍କୁଚିତ ହୋଇଯାଏ। ଫଳରେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

    ଟାଇଟ ପୋଷାକ ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ। ଯାହାଫଳରେ ଏହା ହୃଦରୋଗ, ମୁଣ୍ଡବିନ୍ଧା, କିଡନୀ ରୋଗ, ଦୃଷ୍ଟି ଶକ୍ତି ହ୍ରାସ ଆଦି ରୋଗକୁ ଡାକି ଆଣିଥାଏ।

    ଟାଇଟ ପୋଷାକ ଆମର ମେରୁଦଣ୍ଡ ଓ ପିଠି ଉପରେ ଚାପ ପ୍ରୟୋଗ କରିଥାଏ, ଏହା ମାଂସପେଶୀକୁ ସଙ୍କୁଚିତ କରିବା ସହ ଶରୀରର ବିଭିନ୍ନ ଅଂଶର ହାଡ଼ ଉପରେ ଚାପ ପ୍ରୟୋଗ କରିଥାଏ। ତେଣୁ ଏହି ଅଭ୍ୟାସ ଠାରୁ ଦୂରେଇ ରହିବା ଭଲ।

    ସାଂପ୍ରତିକ ଟ୍ରେଣ୍ଡକୁ ଅନୁକରଣ କରିବା ଭଲ, କିନ୍ତୁ ଏହା ଦ୍ୱାରା ଆମର କଣ କ୍ଷତି ହେଉଛି ତାହାକୁ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ। ଦୀର୍ଘଦିନ ଧରି ଏହି ଅଭ୍ୟାସ ଦ୍ୱାରା ଆପଣଙ୍କର ଗୋଡ଼ର ସ୍ନାୟୁ ଓ ମାଂସପେଶୀ ନଷ୍ଟ ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ