Tuesday, March 17, 2026
22.9 C
Odisha

    ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଆଜି ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୬ ଜଣଙ୍କ ନାମ ଘୋଷଣା କରାଯାଇଛି। ଉପ-ନିର୍ବାଚନ ପାଇଁ ସୀତାଇରୁ ସଂଗୀତା ରୟଙ୍କୁ ଟିଏମସି ଟିକେଟ୍ ଦେଇଛି। ମଦାରିହାଟ୍ ଅନୁସୂଚିତ ଜାତି ସଂରକ୍ଷିତ ଆସନରୁ ଜୟ ପ୍ରକାଶ ଟପ୍ପୋ, ତଲଡଙ୍ଗାରରୁ ଫାଲ୍ଗୁନି ସିଙ୍ଗାବାବୁ, ମେଦିନୀପୁରରୁ ସୁଜୟ ହାଜରା, ହରୋଆରୁ ଶେଖ ରବିଉଲ ଇସଲାମ ଏବଂ ନାଇହାଟିରୁ ସନତ ଦେଙ୍କୁ ଟିକେଟ୍ ଦିଆଯାଇଛି।

    ଟିଏମସିର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଶନିବାର ପଶ୍ଚିମବଙ୍ଗର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପି ନାଇହାଟିରୁ ରୂପକ ମିତ୍ର, ହରୋଆରୁ ବିମଲ ଦାସ, ମଦାରୀହାଟରୁ ରାହୁଲ ଲୋହର, ମେଦିନୀପୁରରୁ ସୁଭଜିତ୍ ରୟ, ତଲଡଙ୍ଗାରରୁ ଅନନ୍ୟା ରୟ ଚକ୍ରବର୍ତ୍ତୀ ଏବଂ ସୀତାଇରୁ ଦୀପକ କୁମାର ରୟଙ୍କୁ ପ୍ରାର୍ଥୀ କରିଛି |

    ବିରୋଧୀ ବାମଦଳ ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ନଭେମ୍ବର ୧୩ ରେ ରାଜ୍ୟର ୬ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଏହି ଉପ-ନିର୍ବାଚନର ଫଳାଫଳ ୨୩ ନଭେମ୍ବରରେ ପ୍ରକାଶ ପାଇବ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ