Sunday, October 18, 2026
29.7 C
Odisha

    ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ

    ଆଗକୁ ପଢନ୍ତୁ

    ବୌଦ୍ଧ/ଯାଜପୁର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ତେବେ ଯଦି ଦେଖିବା ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସୁକ୍ଷ୍ମ ସୂତାରେ ନିର୍ମିତ ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ଲୋକପ୍ରିୟ । ବୌଦ୍ଧ ଜିଲ୍ଲାର ଅନେକ ଲୋକଙ୍କ କୌଳିକ ବୃତ୍ତି ହେଉଛି ଏହି ବାନ୍ଧ ଶାଢ଼ୀ । ନିଜ ହାତରେ ସୁକ୍ଷ୍ମ ସୂତା ମାଧ୍ୟମରେ ସୁନ୍ଦର ସୁନ୍ଦର ବାନ୍ଧ ଶାଢ଼ୀ ବୁଣି ନିଜର ହସ୍ତ କଳାର ପରିଚୟ ଦେଇଥାନ୍ତି ଏହି ବୁଣାକାର । ହେଲେ ଏହି ବୁଣାକାର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନ ଥିବା ଅଭିଯୋଗ କରିଛନ୍ତି । ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।

    ମଙ୍ଗାରେ ଚାଲିଛି ଶାଢ଼ୀ ବୁଣା । ବିଭିନ୍ନ ଡିଜାଇନର ଚାଲିଛି ଶାଢ଼ୀ ବୁଣା । ପିଲାଠୁ ବୁଢ଼ା ସମସ୍ତେ ଲାଗିପଡିଛନ୍ତି ଏହି ଶାଢ଼ୀ ବୁଣାରେ । ବୁଣାକାର ପରିବାର ସୁତା କିଣି ରଙ୍ଗକରି ମଙ୍ଗାରେ ଏହି ସୁକ୍ଷ୍ମ ସୁତା ମାଧ୍ୟମରେ ରଙ୍ଗ କରିଥାନ୍ତି । ବୌଦ୍ଧ ଜିଲ୍ଲାର ଅନେକ ଗାଁର ଲୋକେ କୌଳିକ ବୃତ୍ତି ଭାବେ ଏହି ବାନ୍ଧ ଶାଢ଼ୀ କୁ ବୁଣିଥାନ୍ତି l ଜିଲ୍ଲାର ବିଶେଷକରି ଗବଜୋର, ଜୁନାନି, ମନମୁଣ୍ଡା, ବାଉଁଶୁଣି, ମାର୍ଜାକୁଦ, ଚମ୍ପାପୁର,ବିଳାସପୁର ବୁଟୁପାଳି ଗାଁରେ ଅଧିକ ଲୋକ ଏହି ଶାଢ଼ୀ ବୁଣିଥାନ୍ତି । ଜିଲ୍ଲାର ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ପ୍ରସିଦ୍ଧ । ଦିନକୁ ଦିନ ବାନ୍ଧ ସୁତାର ଦାମ ବଢୁଛି ବୁଣାକର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଓ ପ୍ରୋତ୍ସାହନ କମି କମି ଯାଉଛି । ଫଳରେ ଅନେକ ବୁଣାକର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି ।

    ବଜାରରେ ସମ୍ବଲପୁରୀ ଶାଢ଼ୀର ଚାହିଦା ଦିନକୁ ଦିନ ବଢିଛି ହେଲେ ବୁଣାକାର ମୁହଁରେ ହସ ଫୁଟିନି । ସୁତାର ଦାମ ବୃଦ୍ଧି ସହ କଞ୍ଚାମାଳର ବୃଦ୍ଧି ଯୋଗୁଁ ବୁଣାକାର ଙ୍କୁ ଲାଭ ମିଳୁ ନ ଥିବାରୁ ଅନେକ ବୁଣାକାର ପରିବାର ଏହି କୌଳିକ ବୃତ୍ତି ଛାଡି ଦେଲେଣି । ନିଜେ ସୁତା ରଙ୍ଗ କିଣି ସୂତା କାଟିବା ସହ ରଙ୍ଗ କରି ମଙ୍ଗାରେ ହସ୍ତତନ୍ତ ଦ୍ୱାରା କୌଣସି ମେସିନର ବିନା ସାହାଯ୍ୟରେ ଶାଢ଼ୀ ବୁଣିଥାନ୍ତି । ଗୋଟିଏ ଶାଢ଼ୀ ବୁଣିବା ପାଇଁ ଚାରିରୁ ପାଞ୍ଚ ଦିନ ସମୟ ଲାଗିଥାଏ । ନିଜର ହସ୍ତକଳା ମାଧ୍ୟରେ ବାନ୍ଧଶାଢ଼ୀ, ବମକେଇ ଶାଢ଼ୀ, ପଶାପଲି ଶାଢ଼ୀ ବୁଣୁଛନ୍ତି । ବଜାରରେ ଏହି ଶାଢ଼ୀର ବେଶ ଚାହିଦା ରହିଛି । ହେଲେ ବେପାରି ମାଳେମାଲ ହେଉଥିବା ବେଳେ ଏହି ବୁଣାକାର ପରିବାର କିନ୍ତୁ ଅବହେଳିତ ।

    ଅନ୍ୟପଟେ ଦେଖିବାକୁ ଗଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ପ୍ରଥମାଖଣ୍ଡି ପଂଚାୟତର ଗୋପାଳପୁର ଗାଁରେ ମଧ୍ୟ ହାତବୁଣା ଟସରବସ୍ତ୍ରର ରହିଛି ଦେଶ ବିଦେଶରେ ଚାହିଦା ରହିଛି । ବର୍ଷ ବର୍ଷ ଧରି ଏହି କୈାଳିକ ବୃତିକୁ ଆପଣେଇ ନେବା ସହ ରାଜ୍ୟର ସମୃଦ୍ଧ ବୟନ କଳାର ପରଂପରାକୁ ସମୃଦ୍ଧ କରିଛନ୍ତି ଗୋପାଳପୁର ଗ୍ରାମର ବୁଣାକାରମାନେ । ଗୋପାଳପୁର ଟସରବସ୍ତ୍ର ବୁଣାକାରମାନେ ଏବେ ସଂକଟରେ।ବ୍ୟବହୃତ କଂଚାମାଲର ଦର ଅହେତୁକ ବୃଦ୍ଧି ଘଟିବା ସହ ବିଭିନ୍ନ ସମସ୍ୟା ଯୋଗୁ ବୁଣାକାରମାନେ ହେଉଛନ୍ତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁର ଶହ ଶହ ବୁଣାକାର ପରିବାର ଏବେ ସଂକଟରେ। ହାତବୁଣା ଟସର ବସ୍ତ୍ର ପିନ୍ଧି ଅନେକ ନିଜର ଗାରିମା ଓ ସମୃଦ୍ଧି ପ୍ରଦର୍ଶନ କରୁଥିବା ବେଳେ ଏହାର ଶ୍ରେୟ ଯାଇଥାଏ ଏଠାକାର ନିପୁଣ ଓ କୁଶଳୀ ବୁଣାକାରଙ୍କୁ । ହେଲେ ସଂପ୍ରତି କଂଚାମାଲର ଦର ଅହେତୁକ ବୃଦ୍ଧି ଘଟିବା ଯୋଗୁ ଏମାନଙ୍କ କୈାଳିକ ବୃତି ବିଶେଷ ଭାବରେ ପ୍ରଭାବିତ ହୋଇଛି। କେବଳ ସେତିକି ନୁହେଁ ଉତ୍ପାଦିତ ସାମଗ୍ରୀ ମଧ୍ୟ ବିକ୍ରି କରିବା କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଚିନ୍ତାରେ ଏଠାକାର ବୁଣାକାର ପରିବାର ।

    ହାତବୁଣା ଟସର ବସ୍ତ୍ର ହେଉ ଅବା ବାନ୍ଧ କପଡ଼ାରେ ତିଆରି ବିଭିନ୍ନ ବସ୍ତ୍ର, ଏହାକୁ ପିନ୍ଧି ଅନେକ ବ୍ୟକ୍ତିବିଶେଷ ନିଜର ଗାରିମା ଓ ସମୃଦ୍ଧି ପ୍ରଦର୍ଶନ କରୁଥିବା ବେଳେ ଏହାର ଶ୍ରେୟ ଯାଇଥାଏ ଓଡ଼ିଶାର କୋଣ ଅନୁକୋଣରେ ବସି ଏହାକୁ ତିଆରି କରୁଥିବା ନିପୁଣ ଓ କୁଶଳୀ ବୁଣାକାରଙ୍କୁ । ହେଲେ ସଂପ୍ରତି କଞ୍ଚାମାଲର ଦର ଅହେତୁକ ବୃଦ୍ଧି ଘଟିବା ଯୋଗୁ ଏମାନଙ୍କ କୈାଳିକ ବୃତି ବିଶେଷ ଭାବରେ ପ୍ରଭାବିତ ହୋଇଛି । କେବଳ ସେତିକି ନୁହେଁ ଉତ୍ପାଦିତ ସାମଗ୍ରୀ ମଧ୍ୟ ବିକ୍ରି କରିବା କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଚିନ୍ତାରେ ବୁଣାକାର ପରିବାର । ତେବେ ଏସବୁକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏହି ହସ୍ତତନ୍ତ କାରିଗର ପରିବାରକୁ ଉପଯୁକ୍ତ ପାରିଶ୍ରମିକ ସହ ସହାୟତା ଯୋଗାଇ ଦେଲେ ସେମାନେ ଆର୍ଥିକ କ୍ଷେତ୍ରରେ ଆହୁରି ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ମତ ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ