Wednesday, July 23, 2025
29.2 C
Odisha

    ୫-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ କଲେ ବ୍ୟକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ । ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । ସେଥିରେ ପରବାୟ ନାହିଁ । ଲୋକଙ୍କ ପାଖକୁ ଆସିବେ, ଲୋକଙ୍କ ସେବା କରିଚାଲିବେ । କେବଳ ଏତିକି ନୁହେଁ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଅନେକ ଲୋକ ଆସିବେ, ମଞ୍ଚ ଉପରେ ଭାଷଣ ଦେଇ ଚାଲିଯିବେ । ଅନ୍ୟପଟେ ଟମାଟୋ ମାରିଥିବା ବ୍ୟକ୍ତି ଜଣଙ୍କ କଂଗ୍ରେସର କର୍ମୀ ବୋଲି କୁହାଯାଉଛି । ତେବେ କଂଗ୍ରେସ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଟମାଟୋ ମାରିଥିବା ବ୍ୟକ୍ତିଙ୍କୁ ପୁଲିସ କାବୁ କରିବା ସହ ପଚରାଉଚୁରା କରୁଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    81 %
    1kmh
    57 %
    Wed
    29 °
    Thu
    31 °
    Fri
    25 °
    Sat
    26 °
    Sun
    27 °

    ସମ୍ବନ୍ଧିତ