Wednesday, April 1, 2026
25.1 C
Odisha

    ଅସହ୍ୟ ହେଲା ନିର୍ଯାତନା: ପାଚେରି ଡେଇଁ ଚାଲିଆସିଲେ ୯ ଶ୍ରମିକ

    ଆଗକୁ ପଢନ୍ତୁ

    ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ରୋଇଡ଼ା ଅଞ୍ଚଳରେ ଥିବା କ୍ୟାମ୍ପହଟିଂ ଓ ଯୋଡ଼ା ସହରରୁ ଉଲିହଟିଂରୁ ଶ୍ରମିକମାନେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେମାନଙ୍କ ମଧ୍ୟ ୯ଜଣ ଶ୍ରମିକ ସେଠାରୁ କୌଶଳକ୍ରମେ ପାଚେରି ଡେଇଁ ଖସି ଆସିଛନ୍ତି। ଦାଦନ ଖଟିବାକୁ ଯାଇଥିବା କ୍ୟାମ୍ପହଟିଂର ସଚିନ କାରୁଆ କହିଛନ୍ତି, ଏକ ପରିତ୍ୟକ୍ତ ଗୃହରେ ସେମାନଙ୍କୁ ପଶୁ ଭଳି ରଖାଯାଉଥିଲା। ହାଇଦ୍ରାବାଦ ସହରଠାରୁ ଦୂରରେ ସେମାନଙ୍କୁ ରେଳଧାରଣାରେ ପଡ଼ୁଥିବା କଂକ୍ରିଟ ସ୍ଲାବ ତିଆ‌ରି କାମରେ ସେମାନଙ୍କୁ ନିୟୋଜିତ କରାଯାଉଥିଲା। ପ୍ରବଳ ଖରାରେ ସେମାନଙ୍କୁ କାମ କରିବାକୁ କୁହାଯାଉଥିଲା। ନାକରୁ ରକ୍ତ ପଡ଼ିଲେ କିମ୍ବା କେହି ଅସୁସ୍ଥ ହୋଇପଡ଼ିଲେ ଔଷଧ ମାଗିଲେ ମାଡ଼ ଦିଆଯାଉଥିଲା ବୋଲି ସଚିନ କହିଛନ୍ତି।

    ମାସକର ପାରିଶ୍ରମିକ ବାବଦକୁ ମାତ୍ର ହଜାରେ ଟଙ୍କା ଦିଆଯାଉଥିଲା। ଦୁଇଓଳି ଖାଇବାକୁ ଦେଇ ଏକ ଅସ୍ଥାୟୀ ଟିଣ ଛପର ଘରେ ରଖାଯାଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ଘରକୁ ଫେରିଯିବା ପାଇଁ ଶ୍ରମିକମାନେ ନେହୁରା ହୋଇଥିଲେ। ସେମାନଙ୍କୁ ପାଇପ୍‌ ଓ ବାଉଁଶରେ ମାଡ଼ ଦିଆଯାଉଥିଲା। ଏବେ ମଧ୍ୟ ହାଇଦ୍ରାବାଦରେ ଆହୁରି ୮/୧୦ଜଣ ଶ୍ରମିକ ଫସି ରହିଛନ୍ତି।

    ସଚିନଙ୍କ ସହିତ କଳାଠାକୁର କାରୁଆ, ଲାଲା ମୁଣ୍ଡା, ଝାରଖଣ୍ଡ ମୁଣ୍ଡା ପ୍ରମୁଖ ସେଠାରୁ କୌଶଳକ୍ରମେ ଖସି ଆସିଛନ୍ତି। ରାଜ୍ୟ ବହାରୁ ଶ୍ରମିକମାନେ ଯୋଡ଼ା ଖଣି ଅଞ୍ଚଳକୁ ଆସି କାମ କରୁଛନ୍ତି। ଏହି ଅଞ୍ଚଳରେ ଲୋକେ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଶ୍ରମିକମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ