Saturday, July 27, 2024
24.8 C
Odisha

    ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାରାଦୀପର ନେହେରୁ ବଙ୍ଗଳା । ବେଳାଭୂମିରେ ବୁଲିବା ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ବନ୍ଦର ନଗରୀ ପାରାଦୀପରେ ଏବେ ପ୍ରତିଦିନ କୋଳାହଳ । ସକାଳୁ ଲାଗି ରହୁଛି ପର୍ଯ୍ୟଟକ ମାନଙ୍କ ଭିଡ । କାରଣ ପିକନିକ୍ ରୁତୁରେ ବୁଲିବାକୁ ଏଠାରେ ଅଛି ଭରପୁର ସ୍ଥାନ । ସମୁଦ୍ର ଆଉ ମହାନଦୀର ସଙ୍ଗମ ସ୍ଥଳ ଭାବେ ପରିଚିତ ପଥର ବନ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସେଥିପାଇଁ ତ ପ୍ରତିଦିନ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ।

    ଦୂର ସମୁଦ୍ରର ଘୁ ଘୁ ଗର୍ଜନରେ ମହାନଦୀ ମୁହାଣକୁ ମାଡି ଆସୁଛି ବଡ଼ ବଡ଼ ଲହଡି । ମାଛଧରା ବୋଟ୍ ଦେଖିବା ସହ ବୋଟିଂ କରିବାର ଅନନ୍ୟ ଅନୁଭୂତି ସାଉଁଟୁଛନ୍ତି ପର୍ଯ୍ୟଟକ । ବଣଭୋଜିର ଆସର ବି ଜମୁଛି । ପରିବାର ଓ ସାଙ୍ଗ ସାଥିଙ୍କ ସହ ବୁଲାବୁଲି କରି ପାଖରେ ଥିବା ମାଛ ଧରା ବନ୍ଦର ଓ ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଦେଖିବା ସହ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ପ୍ରାକୃତିକ ପରିବେଶର ମଜା ନେଉଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବୋଟ୍ ମାଲିକ ମାନେ ଲାଇଫ ଜ୍ୟାକେଟ୍ ଆଉ ଲାଇଫ୍ ବଏ ଙ୍କର ବ୍ୟବସ୍ଥା କରିଛନ୍ତି । ବାସ୍ତବିକ ଏହି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବେଶ୍ ଉତ୍ସାହିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ