Sunday, October 4, 2026
29.6 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜି ଅଙ୍କୁରପୂଜନ, ଯଜ୍ଞାଦି କର୍ମ କରିବେ ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ

    ଆଗକୁ ପଢନ୍ତୁ

    ପୁରୀ: ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିଛନ୍ତି। ଏହି ଅବସରରେ ଷୋଳଶାସନର ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ଗଜପତି ମହାରାଜା ପ୍ରଥମେ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ପ୍ରଧାନ ଆଚାର୍ଯ୍ୟ ଭାବେ ବରଣ କରିବା ସହ ଗୁଆ ନଡ଼ିଆ ଟେକିଥିଲେ। ଏହାପରେ ଷୋଳଶାସନର ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ଗୁଆ, ନଡ଼ିଆ ଟେକାଯାଇ ବରଣ କରାଯାଇଛି। ଏହି ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କର୍ମାଦି କରିବେ ଏବଂ ଶ୍ରୀମନ୍ଦିର ଚାରିଦ୍ୱାରାରେ ଆଉ ୬୦ ଜଣ ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ବେଦପାଠ କରିବେ। ଆଚାର୍ଯ୍ୟ ବରଣ ଲାଗି ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀନଅର ପରିସର। ରାଜଗୁରୁ ସୁଧାଂଶୁ ରାଜଗୁରୁ ଏବଂ ଦେବୀପ୍ରସାଦ ରାଜଗୁରୁ ଗଜପତିଙ୍କ ମଙ୍ଗଳାର୍ପଣ ସହ ଆଚାର୍ଯ୍ୟବରଣର ଅନ୍ୟାନ୍ୟ ବିଧି ସମ୍ପନ୍ନ କରିଥିଲେ। ପରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ। ପ୍ରଥମେ ଗଜପତି ମହାରାଜା ଗୁଆ, ପଇତା, ନଡ଼ିଆ, ବସ୍ତ୍ର, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ ଦେଇ ପ୍ରଧାନ ଆଚାର୍ଯ୍ୟ ଭାବେ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ବରଣ କରିଥିଲେ। ଗଜପତି ମହିରାଜ ତାଙ୍କ ଶ୍ରୀହସ୍ତରେ ଭବ୍ୟ ଓ ଦିବ୍ୟ ଗୁଆ, ନଡ଼ିଆ ପଇତା ଆଦି ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। ଏହାପରେ ପରେ ପ୍ରଧାନ ଆଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ଉପ-ପ୍ରଚାରକ(ପୁସ୍ତାକାଚାର୍ଯ୍ୟ), ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ। ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ ଓ ଗଜପତିଙ୍କ ପ୍ରତିନିଧି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞମଣ୍ଡପ ନିକଟସ୍ଥ ଅଙ୍କୁରାରୋପଣ ଗୃହକୁ ଯାଇଥିଲେ । ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ଏହି ଅବସରରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ବ୍ରାହ୍ମଣ ଏବଂ ପଣ୍ଡିତମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ