Sunday, July 5, 2026
24.3 C
Odisha

    ୧୫ ଅଗଷ୍ଟରେ ଟ୍ରାକ୍ଟର ରାଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କୃଷକ ସଂଗଠନ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ପକ୍ଷରୁ ୧୫ ଅଗଷ୍ଟରେ ସାରା ଦେଶରେ ଟ୍ରାକ୍ଟର ରାଲି କରାଯିବ ବୋଲି ଘୋଷଣା କରାଯାଇଛି। ଅନ୍ୟାନ୍ୟ ଦାବି ସହିତ ସମସ୍ତ ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ସମ୍ପର୍କରେ କୃଷକ ନେତାମାନେ ଏହି ଆନ୍ଦୋଳନର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରକାଶ କରିଛନ୍ତି। ଦିଲ୍ଲୀର ସମ୍ବିଧାନ କ୍ଲବରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା (ଅଣ-ରାଜନୈତିକ) ଏବଂ କିସାନ୍ ମଜଦୁର ମୋର୍ଚ୍ଚା ଦ୍ୱାରା ଟ୍ରାକ୍ଟର ରାଲି ଘୋଷଣା ସହିତ ଅଗଷ୍ଟ ୧ ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ କୃଷକ ସଂଗଠନ ଦ୍ୱାରା ଆୟୋଜିତ ସମଗ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି।

    କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧ ତାରିଖରେ ସେମାନେ କେନ୍ଦ୍ର ସରକାରଙ୍କ ପ୍ରତୀକ ଅନ୍ତିମ ସଂସ୍କାର କରି ବିରୋଧ ପ୍ରଦର୍ଶନ କରିବେ। ପ୍ରତ୍ୟେକ ଜିଲ୍ଲାର ମୁଖ୍ୟାଳୟରେ କୃଷକମାନେ ପ୍ରଦର୍ଶନ କରିବେ। କୃଷକ ନେତାମାନେ କହିଛନ୍ତି ୩୧ ଅଗଷ୍ଟରେ ଆମ ଆନ୍ଦୋଳନର ୨୦୦ ଦିନ ପୂରଣ ହେବ ଏବଂ ଏହି ଅବସରରେ ସମସ୍ତ କୃଷକ ସୀମାରେ ଏକାଠି ହେବେ। ଯେତେବେଳେ ଶମ୍ଭୁ ସୀମା ଏବଂ ଅନ୍ୟାନ୍ୟ ସୀମା ଖୋଲିବ, କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

    ୧୫ ଅଗଷ୍ଟରେ ଟ୍ରାକ୍ଟର ରାଲି ଭାରତ ସାରା ଅନୁଷ୍ଠିତ ହେବ।
    ଏହା ସହିତ ନୂତନ ଅପରାଧିକ ଆଇନର ଏକ କପି ମଧ୍ୟ ପୋଡାଯିବ । ହରିୟାଣା ସୀମାରେ ବିରୋଧ କରୁଥିବା କୃଷକଙ୍କ ସମର୍ଥନରେ ସେଠାରେ ପହଞ୍ଚିବା ପାଇଁ ସମସ୍ତ ରାଜ୍ୟର କୃଷକମାନଙ୍କୁ ଅପିଲ୍ କରାଯାଇଛି। ସେପ୍ଟେମ୍ବରରେ ହରିୟାଣାରେ ଦୁଇଟି ବଡ ସମାବେଶ ହେବ।। ପ୍ରଥମଟି ୧୫ ସେପ୍ଟେମ୍ବରରେ ଜିନ୍ଦ୍‌ରେ ଏବଂ ଦ୍ୱିତୀୟଟି ୨୨ ସେପ୍ଟେମ୍ବରରେ ହରିୟାଣାର ପିପଲିରେ ହେବ। ୧ ସେପ୍ଟେମ୍ବର, ୟୁପିର ସମ୍ଭଲରେ ମଧ୍ୟ ରାଲି ହେବ ବୋଲି କୃଷକମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି।

    ସୂଚନାଯୋଗ୍ୟ, ୨୦୨୧ ମସିହାରେ ୨୬ ଜାନୁଆରୀରେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ହିଂସା ଏବଂ ଭଙ୍ଗାରୁଜା ହୋଇଥିଲା। ଦୀର୍ଘ ଦିନ ଧରି ରାଜଧାନୀ ଦିଲ୍ଲୀରେ କୃଷକମାନେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଶେଷରେ କେନ୍ଦ୍ରରେ ଥିବା ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ।

    ଏଥି ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ କଂଗ୍ରେସ କହିଛି ଯେ ସ୍ବାମୀନାଥନ୍ ଆୟୋଗର ସୁପାରିଶ ଅନୁଯାୟୀ ଏହି ବଜେଟରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ଘୋଷଣା କରିବାର ଆବଶ୍ୟକତା ରହିଛି। ପାର୍ଟିର ମହାସଚିବ ଜୟରାମ ରମେଶ କୃଷକ ଋଣ ଛାଡ଼ର ଆବଶ୍ୟକତାକୁ ଅନୁଧ୍ୟାନ କରିବା ପାଇଁ ସରକାର ଏକ ସ୍ଥାୟୀ କମିଶନ ଗଠନ କରିବାକୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    2.4kmh
    98 %
    Sun
    24 °
    Mon
    29 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ