Sunday, March 22, 2026
32 C
Odisha

    ଭି.କେ.ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚର ତଦନ୍ତ ହେବ: ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି।
    ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି, ଜଣେ ବ୍ୟକ୍ତି ଯଦି ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ। ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି। ସରକାର ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇଛନ୍ତି। ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।

    ଭି.କେ ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟର ଗସ୍ତରେ ଖର୍ଚ୍ଚ କରିଥିବାର ଅଭିଯୋଗ ରହିଛି। ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ତିଆରି ହେଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ