Wednesday, March 18, 2026
31.9 C
Odisha

    ଲଦାଖରେ ୪.୩ ତୀବ୍ରତାର ମୃଦୁ ଭୂମିକମ୍ପ

    ଆଗକୁ ପଢନ୍ତୁ

    ଲେହ: ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ତେବେ ଭୂମିକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।
    ଲଦାଖ ଭଳି ସମ୍ବେଦନଶୀଳ ଭୌଗୋଳିକ ଅଞ୍ଚଳରେ ଭୂମିକମ୍ପ ନୂଆ କଥା ନୁହେଁ। ଏହି ଅଞ୍ଚଳ ହିମାଳୟ ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ, ଯେଉଁଠାରେ ପ୍ରାୟତଃ ସାମାନ୍ୟ ଏବଂ ମଧ୍ୟମ ଧରଣର ଭୂମିକମ୍ପ ରେକର୍ଡ କରାଯାଏ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) କହିଛି ଯେ ରିକ୍ଟର ସ୍କେଲରେ ଭୂମିକମ୍ପର  ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା। ଅପରାହ୍ନ ୪ଟା ୨୩ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

    ରିକ୍ଟର ସ୍କେଲରେ ୫ରୁ କମ୍ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ମୃଦୁ ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ପ୍ରାୟ ୬,୦୦୦ ଏଭଳି ଭୂମିକମ୍ପ ହୁଏ, ଯେଉଁଥିରେ ସାଧାରଣତଃ କ୍ଷୟକ୍ଷତି ହୋଇନଥାଏ । ତେବେ ଏହା ସେହି ଅଞ୍ଚଳର ଭୌଗୋଳିକ ଅବସ୍ଥିତି ଏବଂ ନିର୍ମାଣ କୌଶଳ ଉପରେ ମଧ୍ୟ ନିର୍ଭର କରେ । ଯଦି ଭୂମିକମ୍ପର କେନ୍ଦ୍ରସ୍ଥଳ ନଦୀ ଭିତରେ ଥାଏ ଏବଂ ସେହି ଅଞ୍ଚଳରେ ବିନା ଭୂମିକମ୍ପ ପ୍ରତିରୋଧୀ ଜ୍ଞାନକୌଶଳରେ କୋଠା ଗୁଡ଼ିକ ନିର୍ମାଣ ହୋଇଥାନ୍ତି, ତେବେ ୫ ତୀବ୍ରତାର ଭୂମିକମ୍ପ ମଧ୍ୟ ଗୁରୁତର କ୍ଷୟକ୍ଷତି କରିପାରେ। ରିକ୍ଟର ସ୍କେଲରେ ୨ କିମ୍ବା ତା’ଠାରୁ କମ୍ ତୀବ୍ରତାର ଭୂମିକମ୍ପ ଅତ୍ୟନ୍ତ ସାମାନ୍ୟ ଏବଂ ଅନୁଭବ କରିବା କଷ୍ଟକର । ବର୍ଷକୁ ୮୦୦୦ରୁ ଅଧିକ ଥର ଏଭଳି ଭୂମିକମ୍ପ ରେକର୍ଡ କରାଯାଇଥାଏ। ସେହିପରି ୫ରୁ ୫.୯ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ଧରଣର ମାନ୍ୟତା ଦିଆଯାଇଛି। ଏଗୁଡ଼ିକ ବେଳେବେଳେ କ୍ଷୟକ୍ଷତି ଘଟାଇପାରେ।୬ରୁ ଅଧିକ ତୀବ୍ରତାର ଭୂମିକମ୍ପ କ୍ଷୟକ୍ଷତି କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ