Wednesday, October 7, 2026
23.2 C
Odisha

    କଳିଙ୍ଗାଘାଟିରେ ହଳଦୀ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଏକ ହଳଦୀ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଏକ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    ପ୍ରାପ୍ତ ସୂଚନାନୁସାରେ ଆନ୍ଧ୍ରର ଏକ ଟ୍ରକ୍‌ (ଏପି ୩୯ ଟିଏସ୍‌-୧୨୯୯) ରାଇକିଆରେ ହଳଦୀ ବୋଝେଇ କରି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ଗଡ଼ିବାର ମାତ୍ର ୪୩କିମି ପରେ ଏକ ବୁଲାଣିରେ ଟ୍ରକଟି ଡାହାଣ ପଟ ସୁରକ୍ଷା ପାଚେରୀରେ ବାଡେଇ ହୋଇ ସମ୍ପୂର୍ଣ ଓଲଟି ପଡ଼ିଥିଲା। ଟ୍ରକ ଚାଳକ ଦ୍ରୁତଗତିରେ ଟ୍ରକଟି ଘାଟିରେ ଗଡ଼ଉଥିବା ଯୋଗୁଁ ବୁଲାଣିରେ କାଟି ନପାରି ସୁରକ୍ଷା ପାଚେରୀରେ ବାଡେଇ ହୋଇ ଓଲଟି ପଡିଥିବା ଅନୁମାନ କରାଯାଉଛି। ଘଟଣା ପରେ ଘଟଣାସ୍ଥଳରେ କେହି ନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଟ୍ରକ ଚାଳକ ଏବଂ ହେଲପର ଦୁହେଁ ଆହତ ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ