Sunday, October 4, 2026
30.6 C
Odisha

    ଭଗବାନ ବଂଚାଇଦେଲେ: ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଆଜି ଆକ୍ରମଣ କରାଯାଇଥିଲା | ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଉପରକୁ ଜଣେ ଦୁର୍ବୁର୍ତ୍ତ ଗୁଳି ଚଳାଇଥିଲେ | ଏହି ଆକ୍ରମଣକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଆପଣାମାନଙ୍କର ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ, କାରଣ କେବଳ ଭଗବାନ ହିଁ ଏହି ଘଟଣାରୁ ମୋତେ ବଞ୍ଚାଇଦେଇଛନ୍ତି | ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରିବି ଯେଉଁମାନେ ଆହତ ହୋଇଛନ୍ତି । ” ସେ ଆହୁରି ମଧ୍ୟ କହିଛନ୍ତି, “ଏହି ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଏକ ହୋଇ ରହି ଆମେରିକୀୟ ଭାବରେ ଆମର ପ୍ରକୃତ ଚରିତ୍ରକୁ ଦେଖାଇବୁ। ଦୃଢ ଏବଂ ସଂକଳ୍ପବଦ୍ଧ ହୋଇ ରୁହନ୍ତୁ |

    ବାସ୍ତବରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶନିବାର ଏକ ନିର୍ବାଚନୀ ରାଲିରେ ଆକ୍ରମଣ କରାଯାଇଥିଲା । ଟ୍ରମ୍ପ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଏହା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଟ୍ରମ୍ପଙ୍କୁ ହତ୍ଯା କରିବାକୁ ଏହି ଆକ୍ରମଣ କରାଯାଇଥିଲା ବୋଲି ଏଫବିଆଇ ବୟାନ ଦେଇଥିଲା ।ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ସୁଟର ମାର୍କ ଭୋଏଲେଟ୍ସଙ୍କୁ ଗୁଳି କରି ହତ୍ୟା କରିଥିଲେ। ୧୯୮୧ ମସିହାରେ ଡୋନାଲ୍ଡ ରେଗାନଙ୍କ ହତ୍ୟା ପରେ ଜଣେ ପୂର୍ବତନ ରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଆମେରିକା ଇତିହାସ ଏହା ପ୍ରଥମ ହତ୍ୟା ଉଦ୍ୟମ। ୪ ମାସ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ