Saturday, July 27, 2024
24.8 C
Odisha

    ଜାପାନରେ ଆସିଲା ସୁନାମୀ, ଉପକୂଳରୁ ଲୋକଙ୍କୁ ଖାଲି କରାଗଲା

    ଆଗକୁ ପଢନ୍ତୁ

    ଟୋକିଓ : ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା । ବାରମ୍ବାର ଭୂମିକମ୍ପରେ ଦୋହଲି ଉଠିଥିବା ଜାପାନରେ ଆସିଛି ସୁନାମୀ । ଏହାକୁ ନେଇ ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।ଜାପାନର ଏନଏଚକେ ଟିଭିର ରିପୋର୍ଟ ଅନୁସାରେ ଜାପାନର ଇସିକାଓ୍ବାର ଓ୍ବାଜିମା ଓ କାନାଓ୍ବାଜା ସହର, ଟୋୟୋମା, କାନାଓ୍ବାଜା ଆଦିରେ ସୁନାମୀର ପ୍ରଥମ ଲହର ପହଞ୍ଚିଛି । ଇସିକାଓ୍ବାରେ ୧.୨ ମିଟରର ସୁନାମୀ ଆସିଛି । ଏହା ୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି । ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି । ଏଠାରେ ମଧ୍ୟ ୩ ମିଟର ଉଚ୍ଚତାର ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଛି । କାନାଓ୍ବାଜା ଓ ଓକୁସିରି ଦ୍ବୀପରେ ୭୦ ସେଣ୍ଟିମିଟର ଉଚ୍ଚତାର ଲହର ଆସିଛି । କାସିଓ୍ବାଜାକି ଓ ତବିସିମା ଉପକୂଳରେ ବି ସୁନାମୀ ଲହର ଆସିଥିବା ରିପୋର୍ଟ ଆସିଛି । ସୁନାମୀର ଲହରଗୁଡ଼ିକ ବାରମ୍ବାର ଆସିବ ଓ ବେଳକୁ ବେଳ ସେଗୁଡ଼ିକର ଉଚ୍ଚତା ବଢିପାରେ ବୋଲି ସତର୍କତା ଜାରି କରାଯାଇଛି ।

    ସୂଚନାଯୋଗ୍ୟ ଯେ ବର୍ଷର ପ୍ରଥମ ଦିନରେ ଜାପାନ ପ୍ରଳୟଙ୍କରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି । କେନ୍ଦ୍ରୀୟ ଜାପାନର ଇସିକାଓ୍ବାରେ ଏହି ୭.୬ ତୀବ୍ରତାର ଭୂମିକମ୍ପ ଆସିଛି । ଏହା ପରେ ବଡ଼ ସୁନାମୀ (ମେଜର ସୁନାମୀ) ସତର୍କତା ଜାରି କରାଯାଇଥିଲା । ୨୦୧୧ର ସୁନାମୀ ପରେ ପ୍ରଥମ ଥର ପାଇଁ ବଡ଼ ସୁନାମୀ ସତର୍କତା ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ