Sunday, September 27, 2026
24.7 C
Odisha

    ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ନିମନ୍ତ୍ରଣ ପଠାଯାଇଛି; ଉଦ୍ଧବଙ୍କୁ ମୁଖ୍ୟ ପୁରୋହିତଙ୍କ ଜବାବ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବାକୁ ଥିବା ବେଳେ ଏହାକୁ ନେଇ ଦେଶ ବିଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭବ୍ୟ ସମାରୋହ ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ମନ୍ଦିର ଟ୍ରଷ୍ଟ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ବଡ଼ ଉତ୍ସବରେ ସାମିଲ ହେବା ପାଇଁ ଅନେକ ବଡ଼ ବଡ଼ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ କିଛି ଲୋକଙ୍କୁ ନିମନ୍ତ୍ରଣ ମିଳିନଥିବାରୁ ସେମାନେ ଆପତ୍ତି କରିଛନ୍ତି। ସେ ମଧ୍ୟରୁ ଜଣେ ହେଲେ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ସେ ଅଭିଯୋଗ କରିଥିଲେ ଯେ, ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବ‌ିଜେପି ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ କରି ରାଜନୀତି କରୁଛି। ଲାଗୁଛି ଏହା ଗୋଟାଏ ପାର୍ଟିର ଉତ୍ସବ। ଉଦ୍ଧବଙ୍କ ଏଭଳି ଆରୋପ ପରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, “ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ପ୍ରଭୁ ରାମଙ୍କ ନାମରେ ବିଜେପି ନିଜର ପ୍ରଚାର କରୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ ହେବ। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁଠି ସମ୍ମାନ ଦିଆଯାଉଛି। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ଏହା ରାଜନୀତି ନୁହେଁ। ଏହା ହେଉଛି ତାଙ୍କର ଭକ୍ତି। ”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ