Monday, October 5, 2026
21.7 C
Odisha

    ଦିଲ୍ଲୀରେ ଦୁଃଖଦ ଘଟଣା, ବନ୍ଦଘରୁ ମିଳିଲା ଦୁଇ ପିଲାଙ୍କ ମୃତଦେହ ଓ କ୍ଷତାକ୍ତ ମା’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଦିଲ୍ଲୀର ଶଶି ଗାର୍ଡେନ ଅଞ୍ଚଳରୁ ଶନିବାର ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶଶି ଗାର୍ଡେନର ୬ ନମ୍ବର ସାହିର ଏକ ଘରୁ ଏହି ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପିଲାମାନଙ୍କ ମଧ୍ୟରୁ ଜଣେ ୧୫ ବର୍ଷର ପୁଅ ଓ ଅନ୍ୟଜଣକ ହେଉଛି ଏକ ୯ ବର୍ଷର ଝିଅ । ଘଟଣାସ୍ଥଳରେ ଦୁଇ ପିଲାଙ୍କ ସହ ଜଣେ ମହିଳା ମଧ୍ୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଯିଏ ମୃତ ପିଲାଙ୍କ ମା’ ବୋଲି କୁହାଯାଉଛି। ପୁଲିସ ଗୁରୁତର ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ପୁଲିସ ଟିମ୍ କହିଛି ଯେ ଶନିବାର ଅପରାହ୍ନ ୨ଟାରେ ପିସିଆରକୁ ଶଶି ଗାର୍ଡେନ ଅଞ୍ଚଳରେ ୪୨ ବର୍ଷୀୟ ଶ୍ୟାମଜୀ ନିଖୋଜ ହୋଇଥିବା ଖବର ମିଳିଥିଲା। ଶୁକ୍ରବାରଠାରୁ ତାଙ୍କ ଘର ତାଲା ପଡ଼ିଥିବା ଫୋନରେ ତାଙ୍କୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବାହାରୁ ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। କବାଟ ଖୋଲିବା ପରେ କୋଠରି ଭିତରେ ଦୁଇ ଜଣ ନାବାଳକ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ