Tuesday, March 31, 2026
35.7 C
Odisha

    ଖରସ୍ରୋତାରେ ପୁଣି ଅଘଟଣ: ଗାଧୋଇବା ବେଳେ ଦୁଇ ଭାଇ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

    ଆଗକୁ ପଢନ୍ତୁ

    ବ୍ୟାସନଗର: ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ଅନ୍ତର୍ଗତ ଜୋକଡିଆ ଖରେସ୍ରୋତା ନଦୀରେ ପୁଣି ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ଦୁଇ ଭାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଦ୍ବୟ ହେଲେ ଶାଶ୍ବତ ରଂଜନ ସ୍ବାଇଁ (୨୪) ଓ ସ୍ବସ୍ତିକ ରଂଜନ ସ୍ବାଇଁ (୨୧)। ପ୍ରାୟ ୫ ଘଣ୍ଟା ପରେ ମଧ୍ୟ ସେମାନଙ୍କୁ ଠାବ କରାଯାଇପାରି ନାହିଁ।ସୂଚନା ଅନୁସାରେ ଯାଜପୁରରୋଡ ଥାନା ଅନ୍ତର୍ଗତ ଫେରୋକ୍ରମ୍‌ ଗେଟ୍‌ ନିକଟସ୍ଥ ଶିବାନନ୍ଦ ନଗର ‌କଲୋନିର ଶେଖର ଚନ୍ଦ୍ର ସ୍ବାଇଁଙ୍କ ବଡ଼ପୁଅ ଶାଶ୍ବତ ଓ ସାନପୁଅ ସ୍ବସ୍ତିକ ଆଜି ପୂର୍ବାହ୍ନଣ ୧୧ଟାରେ ବାଇକ୍‌ରେ ଜୋକଡିଆ ଖରେସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀକୂଳରେ ବାଇକ୍‌ ରଖି ଦେଇ ‌ଦୁଇଭାଇ ଜୋକଡିଆ ଇନ୍ଦିରାଗାଡ଼ିଆ ଘାଟରେ ଗାଧୋଉଥିଲେ। ଘଟଣାସ୍ଥଳରେ ଏକ ଜଳଭଉରୀ ରହିଛି। କିନ୍ତୁ ଶ୍ବାଶ୍ବତ ଓ ସ୍ବସ୍ତିକ ଏହା ଜାଣି ପାରି ନଥିଲେ। ଫଳରେ ସେମାନେ ପାଣିରେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଯାଜପୁରରୋଡ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଠାରୁ ଖବର ପାଇଁ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଦୁଇଭାଇଙ୍କର କୌଣସି ଖବର ମିଳିପାରି ନାହିଁ।ସୂଚନ‌ାଯୋଗ୍ୟ, ବିଗତ ୩ ମାସ ମଧ୍ୟରେ ଏଭଳି ଅନେକ ଅଘଟଣ ଘଟି ସାରିଛି। ଗତ ୪ ତାରିଖ ଦିନ ଏହି ସ୍ଥାନରେ ମଧ୍ୟ ଅଘଟଣ ଘଟିଥିଲା। ଜଣେ ୧୮ ବର୍ଷ ବୟସର ଯୁବକ ପାଣିରେ ବୁଡ଼ି ଯାଇଥିଲେ। ପ୍ରଶାସନର ଅବହେଳା ଯୋଗୁଁ ଏହି ସ୍ଥାନରେ ବାରମ୍ବାର ଅଘଟଣ ଘଟୁଛି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ସୂଚନା ଦିଆଯାଇ ନାହିଁ। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ