Monday, September 14, 2026
29.6 C
Odisha

    ଭିନ୍ନ ଦୁର୍ଘଟଣାରେ ମହିଳା, ମନ୍ଦିର ପୂଜକ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଡୁଡୁକା: ବଲାଙ୍ଗୀର ଜିଲ୍ଲାର ଡୁଡୁକା ଅଞ୍ଚଳରେ ଭିନ୍ନଭିନ୍ନ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାରେ ଲୋଇସିଂହା-ଭରସୁଜା ରାସ୍ତାର କନ୍ଦାଜୁରୀ ବଜାର ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଆଗଲପୁର ପଞ୍ଚାୟତ ଇଂସା ଗ୍ରାମର ଶିବମନ୍ଦିର ପୂଜକ ଶଲ୍ୟ ଥନାପତି(୨୫ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ମଣିଚନ୍ଦ୍ର ଥନାପତି ଓ ସୁବ୍ରତ ଥନାପତି ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ଇଂସା ଗାଁରୁ ଉକ୍ତ ତିନି ଜଣ ବ୍ୟକ୍ତି ଏକ ବାଇକ୍‌ରେ ଦେଓଗାଁ ଅଭିମୁଖେ ଯାଉଥିଲେ। କନ୍ଦାଜୁରୀ ବଜାର ନିକଟରେ ଥିବା ଏକ ବୁଲାଣିରେ ବିପରୀତ ପଟରୁ ଅନ୍ୟ ଏକ ବାଇକ୍‌ ଆସୁଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତିନି ଜଣ ଗୁରୁତର ହୋଇଥିଲେ। ପୂର୍ବ ସରପଞ୍ଚ ସୁନୀଲ ଅଗ୍ରୱାଲ ସେମାନଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର ସେଠାରେ ଶଲ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଲୋଇସିଂହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
    ସେହିପରି ଜାତୀୟ ରାଜପଥ-୨୬ର ବଲାଙ୍ଗୀର ଜିଲ୍ଲା ସାଲେଭଟା ହାଇସ୍କୁଲ ନିକଟରେ ଗୁରୁବାର ଦିନ ୨ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସାଲେଭଟା ଗ୍ରାମର ସ୍ୱର୍ଗତ ଆକାଶ ନାଏକଙ୍କ ପତ୍ନୀ ସୁରେଖା ନାଏକ (୭୦ବର୍ଷ) ବୋଲି ଜଣାପଡ଼ିଛି। ସୁରେଖା କୌଣସି କାମରେ ବାହାରକୁ ଯାଇ ଘରକୁ ଫେରୁଥିବା ବେଳେ ବଲାଙ୍ଗୀର ପଟରୁ ଆସୁଥିବା ଏକ୍‌ ଟ୍ରକ୍‌ (ଓଡି ୧୫ୱାଇ-୪୨୨୭) ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର୍ ମାରିବାକୁ ଉଦ୍ୟମ କରୁଥିବା‌ ବେଳେ ପୁଲିସ୍ କାବୁ କରିଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ