Wednesday, October 14, 2026
22.4 C
Odisha

    କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କୌଣସି ସମୟରେ ସହାୟତା ମିଳିବ। ଅର୍ଥାତ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ।
    ରାଜ୍ୟ ସରକାର ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବଢ଼ିବ। ‌ମୋଟ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ୭ମ ବେତନ କମିସନ ହାରରେ ଦରମା ବଢ଼ିବ। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପଞ୍ଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପଞ୍ଚାୟତ ଏକ୍‌ଜ୍ୟୁକେଟିଭ୍‌ ଅଫିସର (ପିଇଓ) ଓ ଭିଏଲ୍‌ଡବ୍ଲ୍ୟୁଙ୍କ ପଦୋନ୍ନତି ହେବ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩କୁ ବୃଦ୍ଧି ସହ ପଦୋନ୍ନତି ବ୍ୟବସ୍ଥା ଲାଗୁ ନିଷ୍ପତ୍ତି। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ