Monday, March 30, 2026
40.5 C
Odisha

    ପଦ୍ମ ଧରିଲେ ଦୁଇ ଡାକ୍ତର, ପୂର୍ବରୁ କରୁଥିଲୁ ରୋଗୀ ସେବା ଏବେ କରିବୁ ଜନତାଙ୍କ ସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗକୁ ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏପରିସ୍ଥଳେ ବହୁ ରାଜନେତା ଦଳଡିଆଁ ଜାରି ରଖିଥିବାବେଳେ କେତେକ ‌ପେଶାଦାର ବ୍ୟକ୍ତି ବିଶେଷ ନିଜ ପେଶା ଛାଡ଼ି ବିଭିନ୍ନ ରାଜନୈତିକ ଦଳରେ ଯୋଗ‌ ଦେଉଛନ୍ତି।
    ଗୁରୁବାର ବିଜେପିରେ ଦୁଇ ବରିଷ୍ଠ ଡାକ୍ତର ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ସେମାନେ ଯୋଗ ଦେଇଛନ୍ତି। ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି ଏବେ ବିଜେପିରେ ଯୋଗଦେଇ ଜନତାଙ୍କ ସେବା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପୂର୍ବରୁ ରୋଗୀ ସେବା କରୁଥିଲୁ ଏବେ ଜନତାଙ୍କ ସେବା କରିବୁ ବୋଲି ସେମାନେ କହିଛନ୍ତି।

    ପ୍ରଶାନ୍ତ ମିଶ୍ର ଏମ୍ସରେ ନିଜର କାର୍ଯ୍ୟକାଳ ସମୟରେ ଲୋକଙ୍କୁ ସେବା ଯୋଗାଇଛନ୍ତି । ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସେ କାମ କରିଥିବା କହିଛନ୍ତି।
    ସେହିପରି ଡାକ୍ତର ପ୍ରତାପ ପାଣି ପୂର୍ବରୁ ବିଜେଡିରେ ଥିଲେ । ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ପଦ୍ମ ଧରିଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ସହ ଜନତାଙ୍କ ସେବା ରାଜନୀତି ପାଇଁ ବିଜେପିରେ ଯୋଗ ଦେଇଥିବା ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ