Friday, April 3, 2026
27 C
Odisha

    ଖଣି ଲୁଟ୍ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଏମସିଏଲ ଖଣି କ୍ଷେତ୍ର ଗୋପାଳପୁର- ଅଞ୍ଚଳରେ  ଚାଲିଥିବା ସବୁଠୁ ବଡ଼ ଖଣି ଲୁଟ୍‌ ଘଟଣା ଥାନାରେ ପହଞ୍ଚିଛି ମାମଲା । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ। ଜୁନିୟର ମାଇନିଂ ଅଫିସର ମଙ୍ଗଲ ହେମ୍ବ୍ରମ ହେମଗିରି ଥାନାରେ ଦେଇଛନ୍ତି ଏତଲା। ହେମଗିରି ଥାନା ତେଲେନଡ଼ିହି ରିଜର୍ଭ ଫରେଷ୍ଟ ମଧ୍ୟରେ ଚୋରା କୋଇଲା ଖଣି କରି ବେଆଇନ କୋଇଲା ପରିବହନ କରାଯାଉଥିବା ନେଇ ଲିଖିତ ଅଭିଯୋଗ କରିଛି ଖଣି ବିଭାଗ। ଖଣି କେଳେଙ୍କାରୀରେ ସାମିଲ ମାଫିଆଙ୍କୁ ଧରିବା ପାଇଁ ଅନୁରୋଧ କରିଛି ବିଭାଗ। ହେମଗିରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟପଟେ ଏହି ଖଣି ଲୁଟକୁ ନେଇ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ରାଜ୍ୟ ସରକାର ମିଡିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ। ଏହା ଭିତରେ ଯିଏ ବି ଥାଉନା କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଉରକେଲା ବିଜେପି ପ୍ରତିଷ୍ଠା ଦିବସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ