Monday, September 28, 2026
27.5 C
Odisha

    ପ୍ରଥମ ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନସିପ୍ ୨୦୨୪ର ଶୁଭାରମ୍ଭ କରିଛନ୍ତି। ବିମ୍‌ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନଶିପ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ , ବିଶ୍ୱର ୨୫% ଜନସଂଖ୍ୟା ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ବସବାସ କରନ୍ତି। ୭ଟି ବିମ୍‌ଷ୍ଟେକ୍ ଦେଶ ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ କେବଳ ଯାତ୍ରା ଓ ପରିବହନ ପାଇଁ ବ୍ୟବହୃତ ଅଞ୍ଚଳରେ ପରିଣତ ହେବ ନାହିଁ ବରଂ ପ୍ରଗତି, ବିକାଶ ଏବଂ ସହଯୋଗର କ୍ଷେତ୍ରରେ ପରିଣତ ହେବ।କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ ଗଭୀର ବନ୍ଧୁତା ନୁହେଁ ବରଂ ଏକ ଗଭୀର କ୍ରୀଡ଼ା ସଂସ୍କୃତି ଗଠନରେ ମଧ୍ୟ ସହାୟକ ହେବ, ଯାହା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ବନ୍ଧୁତାକୁ ଆହୁରି ଗଭୀର କରିବାରେ ସାହାଯ୍ୟ କରିବ ଏବଂ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନେପାଳରେ ଶିଖର ସମ୍ମିଳନୀ ଅବସରରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଘୋଷଣା କରିବା ସମୟରେ ଏହି ଚିନ୍ତାଧାରାକୁ ପରିକଳ୍ପନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ