Friday, March 20, 2026
22.2 C
Odisha

    ଉତ୍ତର ପ୍ରଦେଶରେ ବନ୍ଦ କରାଯାଉ ୧୩ ହଜାର ମଦ୍ରାସା

    ଆଗକୁ ପଢନ୍ତୁ

    ଉତ୍ତର ପ୍ରଦେଶରେ ଅବୈଦ୍ଧ ଭାବେ ପରିଚାଳିତ ହେଉଥିବା ମଦ୍ରାସା ମାମଲାରେ ଏସଆଇଟି ତା’ର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ସୂତ୍ର ସୂଚନା ମୁତାବକ ଏହି ରିପୋର୍ଟରେ ୧୩ ହଜାର ଅବୈଦ୍ଧ ମଦ୍ରାସାକୁ ବନ୍ଦ କରିବାକୁ ସୁପାରିଶ କରାଯାଇଛି । ଏସଆଇଟି ଯାଂଚ ଓ ସୁପାରିଶ ପରେ ଏସବୁ ଅବୈଦ୍ଧ ମଦ୍ରାସା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଦ୍ରାସା ବୋର୍ଡ ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏସଆଇଟି ରିପୋର୍ଟରେ ଯେଉଁ ମଦ୍ରାସାଗୁଡିକୁ ବନ୍ଦ କରିବାକୁ ସୁପାରିଶ କରାଯାଇଛି ତାହା ମଧ୍ୟରେ ଅଧିକାଂଶ ମଦ୍ରାସା ଭାରତ-ନେପାଳ ସୀମାରେ ଅବସ୍ଥିତ । ଏହାସହ ଏସଆଇଟି ତାର ରିପୋର୍ଟରେ କହିଛି କି ସର୍ବାଧିକ ମଦ୍ରାସାର ନିର୍ମାଣ ୨୦ ବର୍ଷ ଧରି ମୁସଲିମ୍ ଦେଶମାନଙ୍କ ଠାରୁ ମିଳୁଥିବା ଅର୍ଥରେ ନିର୍ମାଣ କରାଯାଇଛି ।ଋିପୋର୍ଟକୁ ଆଧାର କରି ସୂତ୍ର ସୂଚନା ମୁତାବକ ଏସବୁ ମଦ୍ରାସାଗୁଡିକରେ ବିଶେଷ ଭାବେ ଶିଶୁମାନଙ୍କୁ ଶାରିରୀକ ଶୋଷଣ କରାଯାଇଛି । ତଦନ୍ତରୁ ଜଣାପଡିଛି କି, ଉତ୍ତର ପ୍ରଦେଶରେ ଥିବା ମୋଟ ୨୩ ହଜାର ମଦ୍ରାସା ମଧ୍ୟରୁ ୫ ହଜାର ମଦ୍ରାସା ପାଖରେ ଅସ୍ଥାୟୀ ମାନ୍ୟତା ରହିଛି । ଏହାସହ ଅନେକ ମାଦ୍ରାସାର ମାନ୍ୟତା ନବିକରଣ କରାଯାଇନାହିଁ । ମଦ୍ରାସାଗୁଡିକୁ ମୁସଲିମ୍ ଦେଶରୁ ଆର୍ଥିକ ସହାୟତା ମିଳୁଥିବା ଖବର ଆସିବା ପରେ ରାଜ୍ୟର ସମସ୍ତ ମଦ୍ରାସା ଉପରେ ଯାଂଚ କରିବାକୁ ସରକାର ଏକ ଏସଆଇଟି ଗଠନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.2 ° C
    22.2 °
    22.2 °
    57 %
    2kmh
    100 %
    Thu
    22 °
    Fri
    33 °
    Sat
    33 °
    Sun
    34 °
    Mon
    35 °

    ସମ୍ବନ୍ଧିତ