Monday, November 16, 2026
17.6 C
Odisha

    ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିବାରୁ ପତ୍ନୀଙ୍କୁ ’ତିନ୍‌ ତଲାଖ୍‌’ ଦେଲେ ସ୍ବାମୀ

    ଆଗକୁ ପଢନ୍ତୁ

    ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ବାହାରାଇଚର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔ ଉତ୍ତର‌ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାକୁ ତାଙ୍କ ସ୍ବାମୀ ତାଙ୍କୁ ‘ତିନ୍‌ ତଲାଖ୍‌’ ଦେଖିଛନ୍ତି। ମହିଳା ଜଣକ ଅଯୋଧ୍ୟାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔ ଉତ୍ତର‌ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସ୍ବାମୀ।

    ଏହି ମାମଲାକୁ ଭିତ୍ତି କରି ପୁଲିସ୍‌ ଉକ୍ତ ବ୍ୟକ୍ତି ଓ ‌ତାଙ୍କ ପରିବାର ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ସ୍ବାମୀ ସହ ତାଙ୍କ ଶଶୁରଘରର ଅନ୍ୟ ସଦସ୍ୟମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏପରିକି ସେମ‌ାନେ ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ ବି କରିଛନ୍ତି।

    ସେ ତାଙ୍କ ଅଭିଯୋଗରେ କହିଛନ୍ତି, ‘‘ମୁଁ ବାହାରାଇଚର ଜରୱାଲ୍‌ ରୋଡ୍‌ର ମୋହଲା ସରାଇର ବାସିନ୍ଦା। ୨୦୨୩ ମସିହା ଡିସେମ୍ବର ୧୩ ତାରିଖରେ ମୁଁ ଅଯୋଧ୍ୟାର କୋଟବାଲି ନଗରସ୍ଥିତ ମେହାଲା ଦିଲ୍ଲୀ ଦରୱାଜାର ବାସିନ୍ଦା ଅର୍ଶଦଙ୍କୁ ବିବାହ କରିଥିଲି। ବାହାଘର ଉଭୟ ପକ୍ଷଙ୍କ ସହମତିରେ ହୋଇଥିଲା ଓ ମୋ ବାପା ତାଙ୍କ ସ୍ତରରୁ ଆଗକୁ ଯାଇ ମୋ ପାଇଁ ଟଙ୍କା ଖର୍ଚ୍ଚ କରି ମୋତେ ବାହା ଦେଇଥିଲେ। ବିବାହ ପରେ ମୁଁ ଯେତେବେଳେ ସହରକୁ ଗଲି ତ ମୋତେ ଅଯୋଧ୍ୟାର ରାସ୍ତାଘାଟ ସବୁକିଛି ଭଲ ଲାଗିଲା ସେଥିପାଇଁ ମୁଁ ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିଦେଲି। ହେଲେ ସେହି କାରଣକୁ ନେଇ ମୋ ସ୍ବାମୀ ମୋତେ ‘ ତିନ୍‌ ତଲାଖ୍‌’ ଦେଖିଦେଲେ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    81 %
    1.2kmh
    86 %
    Mon
    27 °
    Tue
    26 °
    Wed
    25 °
    Thu
    21 °
    Fri
    19 °

    ସମ୍ବନ୍ଧିତ