Tuesday, September 29, 2026
29.2 C
Odisha

    ବିଜୁଳି ଚୋରିର ଯାଞ୍ଚ ସମୟରେ ୪୬ବର୍ଷ ପୁରୁଣା ମନ୍ଦିରକୁ ଖୋଜି ପାଇଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶର ସମ୍ଭଲରେ ଥିବା ଜାମା ମସଜିଦରେ ଏକ ବିଶେଷଜ୍ଞ ଟିମ ସର୍ଭେ କରିବା ପାଇଁ ପହଞ୍ଚିବାବେଳେ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରି ଥିଲେ। ଏହାକୁ ନେଇ ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା। କ୍ରମେ ଏହା ହିଂସାର ରୂପ ନେଇଥିଲା। ଉତ୍ତରପ୍ରଦେଶର ସମ୍ଭଲ ହିଂସା ପରେ ଉପଦ୍ରବୀମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ସମୟରେ ବିଜୁଳି ଚୋରି ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ଏସପି କୃଷ୍ଣା କୁମାର ବିଷ୍ଣୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

    ଏହି ଘଟଣାକୁ ନେଇ ଏସପି ବିଜୁଳି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଜୁଳି ବିଭାଗ ଅଧିକାରୀ ଏସପିଙ୍କୁ କହିଥିଲେ, ‘ଆମେ ଯେତେବେଳେ ବି ବିଜୁଳି ଯାଞ୍ଚ ପାଇଁ ଯାଉଥିଲୁ ଗୁଣ୍ଡା ସ୍ଭଭାବର ଲୋକମାନେ ଆମକୁ ଅଟକାଇବା ସହିତ ମାଡ଼ ମାରିବା ଆରମ୍ଭ କରି ଦେଉଥିଲେ। ଏହି ଯାଞ୍ଚ ସମୟରେ ଶନିବାର ସକାଳେ ପୁଲିସ ଦୀପା ରାଏ ଅଞ୍ଚଳରେ ଏକ ପୁରୁଣାମନ୍ଦିର ଥିବା ଦେଖିବାକୁ ପାଇଥିଲା। ଏହି ମନ୍ଦିର ୧୯୭୮ମସିହାର ବୋଲି କୁହାଯାଉଥିବା ବେଳେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଧୂଳିମଳି ଚାଦରରେ ଘୋଡ଼ାଇ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିର ଭିତରେ ହନୁମାନଙ୍କ ପ୍ରତିମା, ଶିବଲିଙ୍ଗ ଓ ନନ୍ଦୀଙ୍କ ମୂର୍ତ୍ତି ଥିବା ଜଣାପଡ଼ିଛି।

    ଏହି ଘଟଣାକୁ ନେଇ ଏଡିସନାଲ ଏସପି ଶ୍ରୀଶ ଚନ୍ଦ୍ର କହିଛନ୍ତି, ‘ଅନେକ ବର୍ଷ ପୂର୍ବେ ଏହି ଅଞ୍ଚଳରେ କିଛି ହିନ୍ଦୁ ପରିବାର ରହୁଥିଲେ। କୌଣସି କାରଣବଶତଃ ସେମାନେ ଏସ୍ଥାନ ଛାଡ଼ି ଚାଲିଯିବା ପରେ କିଛି ମୁସଲମାନପରିବାର ଏହି ସ୍ଥାନରେ ଘର କରି ମାଡ଼ି ବସିଛନ୍ତି। ଏମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ଜମି ଉପରେ ହୋଇଥିବା ଘରଗୁଡ଼ିକର ଉଚ୍ଛେଦ ପ୍ରକ୍ରିୟା ବି ଆରମ୍ଭ କରି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ