Tuesday, October 6, 2026
28.6 C
Odisha

    ବନ୍ଧୁକ ରଖିଥିବା ସଂଦେହରେ ସ୍କୁଲ ଛାତ୍ରକୁ ଗୁଳି କଲା ଆମେରିକା ପୁଲିସ

    ଆଗକୁ ପଢନ୍ତୁ

    ମାଉଣ୍ଟ ହୋରେବ: ଆମେରିକାର ଏକ ସ୍କୁଲ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଥିବା ପୁଲିସ ଖବର ପାଇବା ପରେ ଜଣେ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଛି। ୱିସ୍କନ୍ସିନ୍ ମିଡ୍ଲ ସ୍କୁଲ ନିକଟରେ ଘଟଣାଟି ଘଟିଛି । ଏହାପରେ ସ୍ଥାନୀୟ ସ୍କୁଲଗୁଡ଼ିକୁ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ବୋଲି ରାଜ୍ୟ ଆଟର୍ଣ୍ଣି ଜେନେରାଲ କହିଛନ୍ତି। ଏହା ପୂର୍ବରୁ କର୍ତ୍ତୃପକ୍ଷ କହିଛନ୍ତି ଯେ ମାଉଣ୍ଟ ହୋରେବ ମିଡିଲ ସ୍କୁଲ ବାହାରେ ଜଣେ ସଶସ୍ତ୍ର ବ୍ୟକ୍ତି କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ଅନ୍ୟ କାହାର କ୍ଷତି ହୋଇନାହିଁ ବୋଲି ରାଜ୍ୟ ଆଟର୍ଣ୍ଣି ଜେନେରାଲ ଜୋଶ କୌଲ ସାମ୍ବାଦିକମାନଙ୍କୁ କହିଛନ୍ତି। ସ୍କୁଲ ବାହାରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଛାତ୍ର ଜଣକ ନାବାଳକ ଥିଲେ ମଧ୍ୟ ଅଧିକାରୀମାନେ ତାଙ୍କ ବୟସ ସ୍ପଷ୍ଟ କରିନାହାଁନ୍ତି। ମାଉଣ୍ଟ ହୋରେବ ଜିଲ୍ଲାରେ ସେ କେଉଁ ସ୍କୁଲରେ ପଢୁଥିଲେ ତାହା ମଧ୍ୟ ଅଧିକାରୀମାନେ କହିପାରିନଥିଲେ। କୌଲ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ଛାତ୍ରଜଣକ କିଛି ଗୁଳି ଚଳାଇଥିଲେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା। ସେ କେଉଁ ପ୍ରକାର ଅସ୍ତ୍ରଶସ୍ତ୍ର ଧରିଥିଲେ କିମ୍ବା ସ୍କୁଲ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ କି ନାହିଁ ତାହା ମଧ୍ୟ ପୁଲିସ ଜାଣିନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ