Tuesday, October 6, 2026
31.6 C
Odisha

    ଦିନେଶ ପ୍ରତାପ ସିଂ ରାୟବରେଲିରୁ ବିଜେପି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଦିନେଶ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ।

    ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ୧୭ତମ ତାଲିକାରେ ଦୁଇଟି ନାମକୁ ଅନୁମୋଦନ କରିଛି। ରାୟବରେଲି ବ୍ୟତୀତ ବିଜେପି କୈସରଗଞ୍ଜରୁ ମଧ୍ୟ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରୁ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିଛି।

    ଦିନେଶ ପ୍ରତାପ ସିଂହ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନେଶଙ୍କ କାନ୍ଧରେ ହାତ ରଖିଥିଲେ। ଏହାର ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଏହାପରେ ହିଁ ବିଜେପିରେ ତାଙ୍କର ପ୍ରତିଷ୍ଠା ବଢ଼ିଥିଲା। ଦିନେଶ ପ୍ରତାପ ସିଂହ ପୂର୍ବରୁ କଂଗ୍ରେସରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ