Monday, June 23, 2025
29.8 C
Odisha

    ଆଲୋବେରାକୁ ଏପରି କରନ୍ତୁ ବ୍ୟବହାର, ସବୁଦିନ ପାଇଁ ଦୂର ହେବ ଏହି ରୋଗ

    ଆଗକୁ ପଢନ୍ତୁ

    ଆଲୋବେରା ହେଉଛି ଏକ ଔଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘିଁ କୁଆରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ କିନ୍ତୁ ଆମର ମାତ୍ର ୫ ପ୍ରଜାତିର ଗଛ କାମରେ ଆସିଥାଏ । ବାୟୁ ଜନିତ ରୋଗ, ପେଟ ରୋଗ, ଆଣ୍ଠୁ-ଗଣ୍ଠୀ ରୋଗ ଏବଂ ଅଲସର୍ ପରି ରୋଗରୁ ଆମକୁ ରକ୍ଷା କରିଥାଏ । ଏହା ଛଡା ପାଚନ ପକ୍ରିୟା ଓ ରକ୍ତହିନତା ରୋଗ ପାଇଁ ବହୁତ ହିତକର ମଧ୍ୟ ହୋଇଥାଏ । ସବୁଠାରୁ ଖାସ୍ କଥା ଏହା କି ଆଲୋବେରାର ଜୁସର ଫାଇଦା ମାତ୍ର ୫-୧୦ ଦିନ ଭିତରେ ହୋଇଥାଏ ।

    ଶକ୍ତି ବଢାଇଥାଏ : ନିୟମିତ ଭାବେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରରେ ଶକ୍ତ ସଂଚାର ହୋଇଥାଏ । ଏହି ଜୁସରେ ଅନେକ ପ୍ରକାରର ପୋଷକ ତତ୍ବ , ଭିଟାମିନସ୍ ଏବଂ ମିନେରାଲ ରହିଛି ଯାହା ଦ୍ବାରା ଶରୀରର ଉତ୍ତମ ପରିବର୍ତ୍ତନ ଆସିଥାଏ ଏବଂ ସୁସ୍ଥ ରଖିଥାଏ । ଏହି ଜୁସ୍ ପାଇଁ ପ୍ରତିରକ୍ଷା କ୍ଷମତା ମଧ୍ୟ ବଢିଥାଏ । ୩ରୁ ୪ ଚାମଚ ଆଲୋବେରା ପାଣି ଖାଲି ପେଟରେ ସକାଳୁ ନିୟମିତ ପିଇଲେ ଫୁର୍ତ୍ତି ଲାଗିଥାଏ ।

    କେଶ ଏବଂ ତ୍ବଚାର ସୁନ୍ଦରତା ବଢାଇଥାଏ : ଆପଣମାନେ ବି ଜାଣିଥିବେ ନିଶ୍ଚୟ ଯେ ଝିଅମାନେ ତାଙ୍କ କେଶ ଏବଂ ଫେସରେ ଆଲୋବେରା ଲଗାଇଥାନ୍ତି । ଯାହା ଅତି ସୁନ୍ଦର ମଧ୍ୟ ଦେଖାଯାଏ । ଖାଲି ଅଲୋବେରା ନୁହେଁ ବରଂ ତାହାର ଜୁସ୍ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଆଲୋବେରା ଜୁସ୍ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଲମ୍ବା ସମୟ ଯାଏ ଗ୍ଲେଜ୍ କମି ନଥାଏ । ଆଖି ତଳର କଳା ଦାଗ, ରୁକ୍ଷ୍ୟ ତ୍ବଚା, ବ୍ରଣ, ଖରାରେ ଝାଉଁଳି ପଡିଥିବା ତ୍ବଚା ସବୁକିଛି ସମସ୍ୟାରୁ ରକ୍ଷା ମିଳିଥାଏ । ଏହି ଜୁସକୁ ପିଇବା ଦ୍ବାରା ମଧ୍ୟ କେଶରେ ଚମକ ଆସିଥାଏ ଏହା ସହ ରୁପି ସମସ୍ୟାରୁ ଉପସମ ମିଳିଥାଏ । ଆଲୋବେରାର ରସକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ଚମକିବା ସହ ମଜଭୁତ୍ ରହିଥାଏ ।

    ଭଲ ପାଚନ : ଆଲୋବେରା ଜୁସରେ ପ୍ରଚୁର ମାତ୍ରାରେ ପାଚକ ତତ୍ବ ରହିଥାଏ । ଏହି କାରଣ ପାଇଁ ପେଟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ ।

    ଓଜନ କମାଇଥାଏ : ନିୟମିତ ରୂପେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରର ଓଜନ କମିବାକୁ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ । ଏହି ଜୁସ୍ ଶରୀରକୁ ଦୁର୍ବଳ କରି ନଥାଏ ।

    ଦାନ୍ତ ପାଇଁ ଉପକାରୀ : ଏଥି ସହ ଜାଣିରଖନ୍ତୁ ଯେ, ଆଲୋବେରା ଜୁସ୍ ଦାନ୍ତ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହା ଆମ ଦାନ୍ତକୁ ପରିଷ୍କାର ରଖିବା ସହ ଜିବାଣୁ ମୁକ୍ତ ମଧ୍ୟ କରିଥାଏ । ଯଦି ଆପଣ ନିୟମିତ ଆଲୋବେରା ଜୁସ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ମିଳିବ ଅନେକ ଫାଇଦା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    65 %
    4.4kmh
    100 %
    Mon
    30 °
    Tue
    31 °
    Wed
    30 °
    Thu
    29 °
    Fri
    28 °

    ସମ୍ବନ୍ଧିତ